ଚୀନ ଉପରେ ଦୃଷ୍ଟି ରଖିବ କୋହାସା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜଳ ପଥରେ ଚୀନକୁ ଟକ୍କର ଦେବାକୁ ଭାରତ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏଥିନେଇ ଆଣ୍ଡାମାନ-ନିକୋବର ଦ୍ୱୀପ ପୁଞ୍ଜରେ ତୃତୀୟ ନୌସେନା ଘାଟି ଖୋଲିବାକୁ ଯାଉଛି । ଏହି ନୌସେନା ଘାଟିର ନାମ ଆଇଏନଏସ କୋହାସା । ଏଠାରେ ଯୁଦ୍ଧପୋତ ନିୟୋଜିତ କରାଯିବା ସହିତ ବୁଡା ଜାହାଜ ଓ ଯୁଦ୍ଧବିମାନ ମୁତୟନ କରାଯିବ। ଗୁରୁବାର ଉତ୍ତର ଆଣ୍ଡାମାନର ଦିଗଲିପୁରଠାରେ ନୌସେନା ମୁଖ୍ୟ ଆଡମିରାଲ୍ ସୁନିଲ୍ ଲାମ୍ବା ଏହାର ଉଦଘାଟନ କରିଛନ୍ତି।
ଭାରତ ମହାସାଗରରେ ଚୀନର ଗତିବିଧି ଉପରେ ଏହି କେନ୍ଦ୍ରରୁ ଦୃଷ୍ଟି ରଖାଯାଇପାରିବ । ନୌସେନା ଅଧିକାରୀଙ୍କ ମୁତାବକ, କୋହାସା ନୌସେନା ଘାଟିରେ ୧୦୦୦ ମିଟର ଦୀର୍ଘ ଏକ ରନୱେ ରହିବ । ପରେ ଏହାକୁ ୩ ହଜାର ମିଟର ପର୍ୟ୍ୟନ୍ତ ବୃଦ୍ଧି କରାଯିବ । ଯାହାଦ୍ୱାରା ଯୁଦ୍ଧ ବିମାନଗୁଡିକୁ ଅବତରଣ କରିବାରେ ସହଜ ହେବ ।