(ଶିଳାସ୍ମିତା ରାୟ) ଭୁବନେଶ୍ୱର: ହଂକଂରେ ଚୀନ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହାକୁ ନେଇ ଆଜି ସେଠାରେ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ଏଥିସହ ଆନ୍ଦୋଳନକାରୀଙ୍କ ଚିହ୍ନଟ ପାଇଁ ଲାଇଟ ପୋଷ୍ଟଗୁଡିକରେ ଇଲୋକ୍ଟ୍ରୋନିକ ଉପକରଣ ଲଗାଇଛି ଚୀନ ସରକାର । ଏକ ସପିଂ ମଲ ନିକଟରେ ହୋଇଥିବା ଆନ୍ଦୋଳନ ଭୟଙ୍କର ରୂପ ନେବାରୁ ଦଙ୍ଗାନିରୋଧୀ ପୁଲିସ ମୁତୟନ କରାଯାଇଥିଲା ।
ସୂଚନାଯୋଗ୍ୟ, ଏକ ପ୍ରତ୍ୟାର୍ପଣ ଆଇନକୁ ନେଇ ହଂକଂରେ ଗତ ଦୁଇ ମାସ ତଳେ ବିକ୍ଷୋଭ ଆରମ୍ଭ ହୋଇଥିଲା । ପ୍ରବଳ ବିରୋଧ ଯୋଗୁଁ ଚୀନ ସରକାର ଏହି ବିଲକୁ ସ୍ଥଗିତ ରଖିଛି । କିନ୍ତୁ ବିକ୍ଷୋଭକାରୀମାନେ ଏହି ବିଲର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରୁଛନ୍ତି ।