( ପ୍ରଶାନ୍ତ ସ୍ୱାଇଁ ): ଚୋରା ଗଞ୍ଜେଇ ବେପାରୀକୁ ଗିରଫ କଲା ପାରାଦୀପ ଆଦର୍ଶ ଥାନା। ଗିରଫ ହୋଇଥିବା ଆସାମୀର ପରିଚୟ ତିର୍ତୋଲଥାନା ଅନ୍ତର୍ଗତ ନାଳିଆପାଳ ଅଞ୍ଚଳର ବୈକୁଣ୍ଠ ଲେଙ୍କା ବୋଲି ଜଣା ପଡିଥିବା ବେଳେ ଆସାମୀ ପାଖରୁ ୧୨କିଲୋ ଗଞ୍ଜେଇ, ଗୋଟିଏ ଟାଟା ଇଣ୍ଡିଗୋ କାର , ଦୁଇଟି ମୋବାଇଲ , ଡ୍ରାଇଭିଂ ଲାଇସେନ୍ସ ସହିତ ନଗଦ ୧ ୪.୨୫୦ ଟଙ୍କା ଜବତ କରିଛି। ଦିର୍ଘଦିନହେବ ବୈକୁଣ୍ଠ ପାରାଦୀପ ର ବିଭିନ୍ନ ସ୍ଥାନରେ ଚୋରା ଗଞ୍ଜେଇ ବେପାର କରିଆସୁଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ଟର୍ମିନାଲ ଛକ ନିକଟରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ବେଳେ ଦୄତଗତିରେ ଏକ ଟାଟା ଇଣ୍ଡିଗୋ କାର ସେହି ଛକ ନିକଟରୁ ପଳାଇ ଯାଇଥିଲା। ତେବେ ପୋଲିସ ତାକୁ ଅଟକାଇବାକୁ ଚାହିଁ ଥିଲେ ମଧ୍ୟ କାରଟି ରହିନଥିଲା । ପୋଲିସ କାରଟି କୁ ପିଛା କରି ଅଠରବାଙ୍କୀ ନିକଟସ୍ଥ ୨ନଂ ଗେଟ୍ ପାଖରେ କାବୁ କରିପାରିଥିଲା । କାରଟିକୁ ଯାଞ୍ଚ କଲାପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରଥିଲେ। ତେବେ ବୈକୁଣ୍ଠକୁ ପାରାଦୀପ ଆଦର୍ଶ ଥାନା ଗିରଫକରି କୋର୍ଟ ଚାଲାଣ କରିବା ସହିତ ଆସାମୀ ବୈକୁଣ୍ଠ ନାମରେ ପୂର୍ବରୁ କୌଣସି ମାମଲା ଅଛି କି ନାହିଁ ତାହା ତଦନ୍ତ କରିବା ସହ ଏହି ଚୋରା ବ୍ୟବସାୟ ରେ ଆଉକିଏ ସମ୍ପୄକ୍ତ ଅଛନ୍ତି ତଦନ୍ତପରେ ଜଣାପଡିବବୋଲି ପାରାଦୀପ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରକାଶ କରିଛନ୍ତି।