(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଧିକାରୀ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଦୋକାନ ଜବତ କରିବା ରେ ସଫଳ ହୋଇଛି । ଚନ୍ଦନପୁର ଅଞ୍ଚଳରେ ଚୋରାମଦ ବେପାରକୁ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଚନ୍ଦନପୁର ପୁଲିସ କୈଣସି ସୁତ୍ରରୁ ଖବର ପାଇ ସମଯାଜପୁର ବ୍ରିଜ ଉପରେ ବିପୁଳ ପରିମାଣର ବିଦେଶୀ ମଦ ଓ ସ୍କୁଟି ଗାଡି ସହ ଜନୈକ ବ୍ୟକ୍ତିକୁ ଗିରଫ କରିଥିଲେ । ଗିରଫ ବ୍ୟକ୍ତିଙ୍କ ନାମ ତ୍ରିଲୋଚନ ବିଶ୍ୱାଳ(୪୨) ଏବଂ ତାଙ୍କ ଘର ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମରେ ବୋଲି ଜଣାପଡିଛି । ପୁଲିସ ଅଭିଯୁକ୍ତ ନିକଟରୁ ୨୪ଟି ବିଅର ଏବଂ ୬୫ଟି ଅନ୍ୟ ବିଦେଶୀ ମଦ ଜବତ କରିଥିଲା । ଜବତ ମଦ ଚନ୍ଦନପୁରସ୍ଥିତ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରୁ ଆଣିଥିବାର ଅଭିଯୁକ୍ତ ପୁଲିସ ସାମ୍ନାରେ ପ୍ରକାଶ କରିଛି । ଜବତ ମଦର ମୂଲ୍ୟ ୧୦ହଜାର ଟଙ୍କା ହେବ ବୋଲି ପୋଲିସ କହିଛି । ପୁଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ।