ଭୁବନେଶ୍ୱର: ନୂଆପଡାରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗାଇଛି । ମୁଖ୍ୟତଃ ଛତିଶଗଡରୁ ଆସୁଥିବା ଲୋକଙ୍କ ଦ୍ୱାରା ନୂଆପଡାରେ ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ ନୂଆପଡ଼ାରୁ ଛତିଶଗଡ଼କୁ ବସ୍ ସେବା ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ଚିନ୍ତା କରୁଛି । ସୀମାବର୍ତ୍ତୀ ଜିଲ୍ଲାରେ କରୋନା ସଂକ୍ରମଣ ଉକ୍ରଟ ହେବାରେ ଲାଗିଛି । ନୂଆପଡା ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂରୁ ସଂକ୍ରମଣର ଖିଅ ଛତିଗଡକୁ ଛୁଉଁଛି, ତେଣୁ ବସ ସେବା ଛତିଶଗଡ ସହ ବନ୍ଦ ହୋଇପାରେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।
ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଦେଇଥିବା ସୂଚନା ଅନୁଯାୟୀ, ପଡ଼ୋଶୀ ରାଜ୍ୟରୁ ସଂକ୍ରମଣ ବ୍ୟାପୁଥିବାରୁ ନୂଆପଡ଼ାରୁ ପଡ଼ୋଶୀ ଛତିଶଗଡ଼କୁ ବସ୍ ଚଳାଚଳ ବନ୍ଦ କରିବାକୁ ଯୋଜନା କରାଯାଉଛି। ନୂଆପଡ଼ା ଲୋକେ ପଡ଼ୋଶୀ ଛତିଶଗଡ଼କୁ ମୁଖ୍ୟତଃ ମାର୍କେଟିଂ ପାଇଁ ଯାଇଥାନ୍ତି।ଏହାଦ୍ୱାରା ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଛି। ଲୋକଙ୍କୁ ସଚେତନ କରିବା ପାଇଁ ମାଇକ୍ ଯୋଗେ ପ୍ରଚାର ହେଉଛି। ଏଥିସହ କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ବସ୍ ବନ୍ଦ କରାଯିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ।