ଛାଡପତ୍ର ପ୍ରକ୍ରିୟାକରଣ ପରେ ମହିଳାଙ୍କୁ ମିଳିବ ପେନସନ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମହିଳାଙ୍କ ପାଇଁ ଏକ ଶୁଭ ଖବର । ଏଣିକି ଛାଡପତ୍ର ମାମଲା କୋର୍ଟରେ ଥିଲେ ମଧ୍ୟ ମହିଳାଙ୍କୁ ମିଳିବ ପେନସନ । ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବ ରାଜ୍ୟ ସରକାର । ଏହି ନିୟମ ହୋଇଗଲେ ମଧୁବାବୁ ପେନସନ ଯୋଜନାରେ ଛାଡ଼ପତ୍ର ମାମଲା ଚାଲିଥିବା ମହିଳାଙ୍କୁ ଏହି ସୁବିଧା ମିଳିବ । ଏନେଇ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

ବାର୍ଷିକ ୪୦ହଜାରରୁ କମ ଆୟ ଥିବା ମହିଳାଙ୍କୁ ଏହି ପେନସନ ଯୋଗାଇ ଦିଆଯିବ । ଏଥିନେଇ ମହିଳାଙ୍କୁ ଛାଡ଼ପତ୍ର ମାମଲା ସମ୍ପର୍କିତ ସମସ୍ତ କାଗଜପତ୍ର ଦେବାକୁ ହେବ । ଛାଡିପତ୍ର ମିଳିବା ପର୍ଯ୍ୟନ୍ତ ମହିଳାମାନେ ଆର୍ଥିକ ଦୁରାବସ୍ଥା ଦେଇ ଜୀବନ ଅତିବାହିତ କରିଥାନ୍ତି । ତେଣୁ ଏପରି ମହିଳାଙ୍କ ଆର୍ଥିକ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରକ୍ରିୟାକରଣର ଆରମ୍ଭ କରି ଦେଇଛନ୍ତି। ତର୍ଜମା କରାଯାଇ ଖୁବଶୀର୍ଘ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।