(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ସରକାର ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ଦଣ୍ଡ ମୁକ୍ତ ଅଞ୍ଚଳବୋଲି ଘୋଶଣା କରିବା ସତ୍ତେ୍ୱ ବହୁ ଜାଗାରେ ଛାତ୍ରୀମାନଙ୍କୁ ଅକଥନୀୟ ନିର୍ଯାତନା । ସେହିଭଳି ବାଲିତୁଠର ଜଣେ ୨ୟ ଛାତ୍ରୀଙ୍କୁ ଦଣ୍ଡ ଦେବା ମହଙ୍ଗା ପଡ଼ିଲା ପ୍ରଧାନ ଶିକ୍ଷୟତ୍ରୀଙ୍କୁ। ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଗିରଫ ହେଲେ ପ୍ରଧାନ ଶିକ୍ଷୟିତ୍ରୀ। କୋର୍ଟଚାଲାଣ ପରେ ଜାମିନ୍ ନାମଞ୍ଜୁର ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ ଏବେ ଜେଲ୍ରେ ଥିବା ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠରେ ଘଟିଛି ଏପରି ଘଟଣା ।
ସୂଚନାନୁସାରେ ବାଲିତୁଠ ୟୁପି ସ୍କୁଲର ଜଣେ ୨ୟ ଶ୍ରେଣୀ ଛାତ୍ରୀକୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମାଡ଼ ମାରି ଥିଲେ। ଏପରିକି ଛାତ୍ରୀର ପିଠି, ଗାଲ, ହାତ,କାନ ଆଦି ବିଭିନ୍ନ ସ୍ଥାନରେ ନୋଳା ଫାଟିଯାଇଥିଲା।
ଏ ସମ୍ପର୍କରେ ଛାତ୍ରୀଜଣକ ଘରେ କହିବା ପରେ ତାଙ୍କ ବାପା କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ଏପରି ବର୍ବରୋଚିତ ମାଡ଼ ମାରିଥିବା ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚରାଉଚରା କରିଥିଲା। ପାଠ ପଢାକୁ ନେଇ ସେ ପିଲାଟିକୁ ବାଡ଼େଇଥିବା ସ୍ୱୀକାର କରିଥିବା ପୋଲିସ ପକ୍ଷରୁ ସୂଚନା । ଛାତ୍ରୀଙ୍କୁ ଚିକିତ୍ସା କରାଇବା ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।