(ପ୍ରଶାନ୍ତ କୁମାର ସ୍ବାଇଁ ) ପାରାଦ୍ବୀପ : ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ଗୁଡିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ମାଡ ମରା ଘଟଣା ସାମ୍ନାକୁ ଆସୁଛି।ଗତ ଶନିବାର ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପ୍ରାଇମେରୀ ସ୍କୁଲରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଯାହାକି ସ୍କୁଲର ଶିକ୍ଷୟିତ୍ରୀ ଲିନା ନନ୍ଦଙ୍କ ବର୍ବରତାର ଶିକାର ହୋଇଥିଲା ୯ ବର୍ଷୀୟ କୋମଳମତି ଶିଶୁ ବର୍ଷା ସ୍ବାଇଁ। କୌଣସି କାରଣରୁ ଉତ୍କ୍ଷିପ୍ତ ହୋଇ ଲିନା ବର୍ଷାଙ୍କୁ ଅମାନୁଷିକ ଭାବରେ ମାଡ ମାରିଥିଲେ।ତେବେ ଗୁରୁତର ଆହତ ବର୍ଷାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ଷାଙ୍କ ପିତା ଜନ୍ ସ୍ବାଇଁ କୁଜଙ୍ଗ ଥାନାରେ ଅଭିଯୋଗ କରିବା ପରେ କୁଜଙ୍ଗ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ଘଟଣାର ତଦନ୍ତ କରି ଶିକ୍ଷୟିତ୍ରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।