ଜଙ୍ଗଲରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ବରଗଡ଼ ଜିଲ୍ଲାର ତେମରିମାଲ ଜଙ୍ଗଲରୁ ଆଜି ସକାଳେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଲେ ତେମରିମାଲ ଗାଁର ଲଭବତୀ ଏଣ୍ଡଜା । ତାଙ୍କର ବୟସ ୧୯ ବର୍ଷ
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବରଗଡ଼ ଜିଲ୍ଲାର ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ତେମରିମାଲ ଜଙ୍ଗଲରେ ସ୍ଥାନୀୟ ଲୋକେ ଯୁବତୀଙ୍କ ମୃତଦେହ ପଡ଼ିଥିବାର ଦେଖିବା ପରେ ଏସଂପର୍କରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପାଇକମାଳ ଥାନା ଅଧିକାରୀ ଏବଂ ପଦ୍ମପୁର ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ ଟିମର ତଦନ୍ତ ପରେ ଶବ ବ୍ୟବଛେଦ ଲାଗି ପଠାଯିବ ବୋଲି ଜଣାଯାଇଛି। ତେବେ ଏହି ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସେହି ଅଞ୍ଚଳରେ ଚର୍ଚ୍ଚା ହେଉଛି