(ପ୍ରିୟଦର୍ଶନୀ ସ୍ୱାଇଁ): ବୁଧବାର ଦିନ ଏକମାତ୍ର ବିରଳ ପ୍ରଜାତି ଏହି ଓରାଙ୍ଗଓଟାନର ଆଜି ରାତି ପ୍ରାୟ ୯ଟା ୪୦ ମିନିଟ୍ରେ ବାର୍ଧକ୍ୟ ଜନିତ କାରଣ ଓ ଦୀର୍ଘଦିନ ଧରି ଅସୁସ୍ଥତା ଯୋଗୁ ବିନିର ମୃତ୍ୟୁ ହୋଇଛି। ସେପଟେ ବାତ୍ୟା ଫନି ହେତୁ କୌଣସି କାରଣରୁ ୫ବର୍ଷିୟ ବାନର ଝାଡ଼ାରେ ପିଡ଼ିତ ନୀଳଗିରି ବାନରଟି ଝାଡ଼ାରୋଗରେ ପୀଡ଼ିତ ହୋଇଥିଲା । ନନ୍ଦନକାନକ ପ୍ରାଣି ଚିକିତ୍ସା କେନ୍ଦ୍ରର ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା କିନ୍ତୁ ଦେହ ଅତ୍ୟଧିକ ଖରାପ ହେତୁ ମୃତ୍ୟୁ ଘଟିଥିଲା ଫଳରେ ନୀଳଗିରି ଲାଙ୍ଗୁରର ମୃତ୍ୟୁ ଘଟିଥିଲା। ତେବେ ଏକାକି ଥିବା ମାଇ ନୀଳଗିରି ଲାଙ୍ଗୁର ଶନିବାର ଏକ ଶାବକ ଜନ୍ମ ଦେଇଛି। ଶାବକଟିର ଲିଙ୍ଗ ନିରୂପଣ ହୋଇ ନ ଥିବା ବେଳେ ଏହି ପ୍ରଜାତିର ନୀଳଗିରି ଲାଙ୍ଗୁର ସଂଖ୍ୟା ୨ରେ ପହଞ୍ଚିଛି। ୨୦୧୭ରେ ଆରିଗିନାର ଆନ୍ନା ଜୁଲୋଜିକାଲ ପାର୍କ ଚେନ୍ନାଇରୁ ୧୭ ବର୍ଷ ବୟସ ଅଣ୍ଡିରା ନୀଳଗିରି ଲାଙ୍ଗୁର ବାନରକୁ ତା’ର ସାଥି ସହ ନନ୍ଦନକାନନକୁ ଅଣାଯାଇଥିଲା। ମାତ୍ର ଡାଇରିଆ ସହ ପ୍ରବଳ ଜ୍ୱରରେ ପୀଡ଼ିତ ଥିବା ଯୋଗୁ ଅଣ୍ଡିରା ଲାଙ୍ଗୁରର ମୃତ୍ୟୁ ଘଟିଛି। ଫଳରେ ମାଇ ନୀଳଗିରି ବାନର ଏକାକି ହୋଇଯାଇଥିଲା।