ଜରଡା କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତିରେ ଅଗ୍ରାଧିକାରୀ ଦାବୀରେ ଦାବୀପତ୍ର

0

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଜରଡା ପଂଚାୟତ ଅନ୍ତର୍ଗତ ଗ୍ରାମର ବେକାରୀ ଯୁବକଙ୍କୁ ଠିକା ସଂସ୍ଥା ଜରୀଆରେ ନିଯୁକ୍ତିରେ ଅଗ୍ରାଧିକାର ଦେବା ପାଇଁ ମଙ୍ଗଳବାର ପୂର୍ବାହ୍ନରେ ପଂଚାୟତବାସୀଙ୍କ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଖାଦାନ ପ୍ରକଳ୍ପ ଅଧିକାରୀଙ୍କ ଜରିଆରେ କଣିହାଁ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେଏହି ଦାବୀ ପତ୍ର ପ୍ରଦାନ କରାଯାଇଛି । ଖଣିରେ ନିୟୋଜିତ ଠିକାସଂସ୍ଥାର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଆଜି ପୂର୍ବାହ୍ନରେ ଓସିପି ପ୍ରକଳ୍ପ ସମ୍ମୁଖରେ ବେକାରୀ କ୍ଷତିଗ୍ରସ୍ତ ପ୍ରଜାଗଣ ନାରାବାଜୀ କରି ନିଜନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । କ୍ଷତିଗ୍ରସ୍ତଙ୍କ ଅଭିଯୋଗ ମୁତାବକ, ଜରଡା ପଂଚାୟତ ଅଧିନରେ ଗୁଣ୍ଡରିନାଳି, ମାଳପଶି, ଗୁଇଲାଣ୍ଡ, ଅଦୈତ୍ୟପ୍ରସାଦ, ଜମାନିଆ ଏବଂ ଜରଡା ଗ୍ରାମ କଣିହାଁ ଖୋଲା ମୁହଁ କୋଇଲା ଖଣିରେ ଜମିହରା ପ୍ରଜା ଅଟୁ । ଖଣି ପରିସରରେ ବିଭିନ୍ନ କାର୍ଯ୍ୟ ଠିକାସଂସ୍ଥା ମାଧ୍ୟମରେ ଶ୍ରମିକ ନିୟୋଜିତ ହେଉଛନ୍ତି କିନ୍ତୁ ସଂପୃକ୍ତ ଠିକା ସଂସ୍ଥା କ୍ଷତିଗ୍ରସ୍ତଙ୍କୁ ଅଗ୍ରାଧିକାର ଦେଉନାହିଁ । କାର୍ଯ୍ୟରତ ଠିକାସଂସ୍ଥ ।ଶ୍ରମିକ ନିଯୁକ୍ତି କ୍ଷେତ୍ରରେ ଚଳାଇଛନ୍ତି ହାକିମାତି । ବେକାରୀ କ୍ଷତିଗ୍ରସ୍ତଙ୍କୁ ଖଣିରେ ଶ୍ରମିକ ନିଯୁକ୍ତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି । ବାହାର ଲୋକଙ୍କୁ ଚାଳକ, ହେଲପର, ସୁପରଭାଇଜର ଆଦି ଶ୍ରମକ ନିଯୁକ୍ତିରେ ସୂଯୋଗ ଦେଉଥିବାବେଳେ ବେକାରୀ ଜମିହରା ଯୁବକମାନଙ୍କୁ ଅଗ୍ରାଧିକାର ଦେଉନାହିଁ । ଖଣିକର୍ତ୍ତୃପକ୍ଷଙ୍କ ଏଭଳି ପକ୍ଷପାତିତା ନୀତିକୁ ବିରୋଧ କରିଛନ୍ତି ପଂଚାୟତବାସୀ । ମନମୁଖୀ କରିବା ଶ୍ରମିକରେ ନିଯୁକ୍ତି ଦେଉଥିବାବେଳେ କ୍ଷତିଗ୍ରସ୍ତ ଯୁବକଙ୍କୁ ପକ୍ଷରୁ ବିଭିନ୍ନ ରଂଣଜିତ ସାମଲ, ବାପୁଜୀ ସାମଲ, ରମେଶ ମହାପାତ୍ର, ସତ୍ୟବ୍ରତ ସାମଲ, ଲିଙ୍ଗରାଜ ସାମଲ, ଟୁକୁନ ସାମଲ, ଅଭିମନ୍ୟୁ ସାମଲ ପ୍ରମୁଖ ଅନ୍ୟମାନେ ସାମିଲ ଥିଲେ ।