ଜରାଜୀର୍ଣ୍ଣ ଅଙ୍ଗନବାଡି ଗୃହ ଭଙ୍ଗା ଯିବା ଘଟଣା କୁ ତଦନ୍ତ କଲେ ପ୍ରକଳ୍ପ ନିର୍ଦ୍ଦେଶକ

0

(ଟୁକୁନା ଖରା)ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଂଚାୟତର ବିଷାଗୁଡ଼ା ଗ୍ରାମର ଗୋଟିଏ ଜରାଜୀର୍ଣ୍ଣ ଓ ବିପଦ ସଙ୍କେତ ଅବସ୍ଥାରେ ପଡିରହିଥିବା ଅଙ୍ଗନବାଡି ଗୃହ ଭଙ୍ଗା ଯିବା ଘଟଣା କୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି।ତେଣୁ ଏହି ଘଟଣା କୁ ନେଇ ଆଜି ତଦନ୍ତ ପାଇଁ ପହଞ୍ଚିଥିଲେ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ।ଦୀର୍ଘ ବର୍ଷ ଧରି ଜରାଜୀର୍ଣ୍ଣ ଓ ବିପଦ ସଙ୍କେତ ଅବସ୍ଥାରେ ପଡ଼ି ରହିଥିବା ଅଙ୍ଗନବାଡି ଗୃହରେ ପିଲା ବସି ପାରୁଥିଲେ, ନା ପାଠ ପଢ଼ି ପାରୁଥିଲେ ଯାହା ଫଳରେ କୁନି କୁନି ପିଲା ମାନଙ୍କ ପ୍ରାକ ଶିକ୍ଷାରେ ବାଧା ସୃଷ୍ଟି ହେଉଥିଲା।ଅଙ୍ଗନବାଡ଼ି ଗୃହ ଥିଲା ଭଗବାନଙ୍କ ସାହା ଭରଷା ରେ।ଗୃହ ଭୁଶୁଡ଼ି ପଡ଼ିବା ଆଶଙ୍କା ଥିବାରୁ ଅଙ୍ଗନବାଡି ଦିଦି ବାଧ୍ୟ ହେଇ ତାଙ୍କ ପାଚିକା ଙ୍କ ଘରେ ପିଲା ମାନଙ୍କୁ ନେଇ ପାଠ ପଢ଼ାଉଥିଲେ।ଏବେ କିଛି ଦିନ ହବ ଆମ ଗାଁ ଆମ ବିକାଶ ଗୋଷ୍ଠୀ ଉନ୍ନୟନ କେନ୍ଦ୍ରରେ ଚାଲିଛି ଶିକ୍ଷା ଦାନ।ତେଣୁ ଏନେଇ ଗ୍ରାମବାସୀ ୨୦୧୬ ମସିହାରୁ ବ୍ଲକ ପ୍ରଶାସନ କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ।ଅଭିଯୋଗ ଅନୁସାରେ ଏହାର ସତ୍ୟତା ଜାଣି ଯେପରି କୁନି କୁନି ଶିଶୁ ମାନଙ୍କ ପ୍ରାକ ଶିକ୍ଷାରେ ବାଧା ସୃଷ୍ଟି ନହୁଏ, ସେଥିପାଇଁ ବ୍ଲକ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ନୂତନ ଅଙ୍ଗନବାଡି ଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇ କାମ ମଧ୍ୟ ଆରମ୍ଭ କରିବାକୁ କହିଥିଲେ।ଏହା କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା।ତେଣୁ ଶିଶୁ ମାନଙ୍କ ଅଙ୍ଗନବାଡ଼ି ଶିକ୍ଷା କେଉଁଠାରେ ଚାଲିଛି ଏହି ଘଟଣାର ସତ୍ୟତା ଜାଣିବାକୁ ତଦନ୍ତ ପାଇଁ ପହଞ୍ଚିଥିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ।ଆମେ ଘଟଣା ସମ୍ପର୍କରେ ଚଊକୁ ପଚାରିବାକୁ ଚେଷ୍ଟା କରିଥିଲୁ କିନ୍ତୁ କିଛି କହିନଥିଲେ।ଏବେ ବିଷାଗୁଡା ଗ୍ରାମରେ ନିହାତି ଏକ ଅଙ୍ଗନବାଡ଼ି କେନ୍ଦ୍ରର ଆବଶ୍ୟକ ଥିବାରୁ ଏହାକୁ ନେଇ ରାଜନୀତି କରା ନଯାଉ ବୋଲି ବିନମ୍ର ଅନୁରୋଧ କରିଛନ୍ତି ଗ୍ରାମବାସୀ।ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଅଙ୍ଗନବାଡ଼ି ଗୃହ ବଦଳରେ ଏକ ନୂତନ ଗୃହ ନିମନ୍ତେ ୨୦୧୬ ମସିହାରୁ ଚାଲିଥିଲା ପ୍ରୟାସ ତଥାପି ହେଇ ପାରୁନଥିଲା କାର୍ୟ୍ୟ।ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ି ଥିଲେ ବ୍ଲକ ପ୍ରଶାସନ,ହେଲେବି ବର୍ତ୍ତମାନ ଥମୁନି ବିବାଦ।ଯାହା ହେଉ ବ୍ଲକ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ ଜଣାଇ ଯଥାଶୀଘ୍ର ନୂତନ ଅଙ୍ଗନବାଡି ଗୃହ ନିର୍ମାଣ ହେବ ଆଉ ଆମ ପିଲା ମାନେ ଠିକ ରେ ପାଠ ପଢ଼ି ପାରିବେ ବୋଲି ଆଶା ବାନ୍ଧିଛନ୍ତି ବିଷାଗୁଡା ଗ୍ରାମବାସୀ।