ଜଳଯୋଗାଣ ପ୍ରକଳ୍ପ ଅଚଳ

0

( ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ ) : ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଅଚଳ ହେବା ଫଳରେ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ସମସ୍ୟା। ଦେଖାଦେଇଛି କନ୍ଧମାଳ ଜିଲ୍ଲାର ଚକାପାଦ ପଞ୍ଚାୟତରେ ଏଠାକାର ପାଣ୍ଡିସୀମା, ଯଦୁପୁର, ଖଇରାସାହି ଏବଂ ରଣ ଗାଁରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନି। ଏଠକାର ଲୋକଙ୍କୁ ଜଳଯୋଗାଣ ପାଇଁ ପାଞ୍ଚ ବର୍ଷ ପୂର୍ବେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଗାଁ ଗାଁରେ ଷ୍ଟାଣ୍ଡପୋଷ୍ଟ ବି ଲାଗିଥିଲା। ହେଲେ ମାସକ ପରେ ସବୁ ଅଚଳ ହୋଇଗଲା। ଏହାର ମରାମତି ଲାଗି ବାରମ୍ବାର ଦାବି କଲେ ମଧ୍ୟ କେହି ଶୁଣୁ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲା ଜଳ ଓ ପରିମଳ ମିଶନର ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମହନ୍ତଙ୍କୁ ପଚାରିବାରେ ସେ କହିଛନ୍ତି, “ବିଦ୍ୟୁତ ସଂଯୋଗ ନଥିବାରୁ ଜଳ ଯୋଗାଣରେ ସମସ୍ୟା ଦେଖା ଦେଉଥିବା ଜାଣିପଡ଼ିବା ପରେ ଝକ୍ଟକ୍ଷବକ୍ସ ଚକ୍ଟଙ୍ଗରକ୍ସ ଚକ୍ସକ୍ଟହରମଗ୍ଧ କରାଯାଇଥିଲା। ଏବେ ତାହା ଅଚଳ ଥିବାରୁ ସମସ୍ୟା ଦେଖାଦେଇଛି। ଖରା ପୂର୍ବରୁ ସମସ୍ୟାର ସମାଧାନ ହୋଇଯିବ।”