(ବିରୁପାକ୍ଷ ପ୍ରଧାନ/ଆଠଗଡ): ଗତ ବିଳମ୍ବିତ ରାତିରେ ଆଠଗଡ କନ୍ଦରପୁରଗାଁର ପାଲାମଣ୍ଡପ ନିକଟରେ ଆକସ୍ମିକ ନିଆଁ ଲାଗି ଦୁଇ ବଖରା ଘର ପୋଡି ଜଳି ପାଉଁଶ ହୋଇଯାଇଛି । ଲୋକମାନେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରି ବିଫଳ ହେବା ବେଳେ ଖବର ପାଇ ଆଠଗଡ ଅଗ୍ନି ସେବା ଗାଡି ପହଁଚି ନିଆଁକୁ ଆୟତ କରିଥିଲେ । ନିଆଁ ଏତେ ଭୟଙ୍କର ଥିଲା ଯେ ଘରେ ଥିବା ସମସ୍ତ ଧାନ ଚାଉଳ, ମୁଗ, ବିରି ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ମେଘା ରାଜସ୍ବ ନିରୀକ୍ଷକ ପହଁଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ସହାୟତା ଯୋଗାଇଦେବାକୁ କହିଥିଲେ ।