(ମମତା ସାମଲ)ରିପୋର୍ଟସଟୁଡେ: ଆରାବଳୀ ଅବବାହିକାରେ ୩୭୩ ଏକର ପରିମିତ ଜାଗାରେ ଦେଶର ସବୁଠୁ ବଡ ଆଇଆଇଏମ୍ କ୍ୟାମ୍ପସ ରାଜସ୍ଥାନର ଉଦୟପୁରରେ ରହିଛି । ଏହି କ୍ୟାମ୍ପସ ମଧ୍ୟରେ ୫ଟି କୃତ୍ରିମ ହ୍ରଦ ରହିଛି । ଏହି ହଦ୍ରରେ ୨୦କୋଟି ଲିଟର ବର୍ଷାଜଳ ସଂରକ୍ଷଣ କରି ରଖାଯାଇପାରିବ । ଏହା ଏକ ଇକୋ ଫ୍ରେଣଡଲି କ୍ୟାମ୍ପସ । ଯାହା ବିଜୁଳି ଏବଂ ପାଣିର ଅଭାବ ଦୂର କରିବ । ଆର୍କିଟେକ୍ଟ ଅବାସୀ କିକାଲିଙ୍କ ମତରେ,ଏଠାରେ ୪ଟି ହ୍ରଦ ତିଆରି ସରିଛି । ଖୁବଶୀଘ୍ର ଆଉ ଗୋଟିଏ ତିଆରି କରାଯିବ । ଅବାସୀ କୁହନ୍ତି,ସଂସ୍ଥାନର କ୍ୟାମ୍ପସ ୱାଟର ସିଷ୍ଟମ ସହିତ ଆଉ ଏକ ବିଶେଷତ୍ତ୍ୱ ରହିଛି । କ୍ୟାମ୍ପସ ମଧ୍ୟକୁ ଇନ୍ଧନଚାଳିତ ଯାନଗୁଡିକ ଚଳାଚଳ ପ୍ରତି ନିଷେଧାଦେଶ ଜାରି କରାଯାଇଛି । ଇନ୍ଧନଚାଳିତ ଗାଡିଗୁଡିକ ବାହାରେ ପାର୍କିଂ କରିପାରିବେ । ଏଥିସହିତ ଏହା ନୋ ପଲିଥିନ ଜୋନ ହୋଇଥିବାରୁ କଟକଣା ରହିଛି । ଆଇଆଇଏମ କ୍ୟାମ୍ପସ ପାହାଡ ପାଦଦେଶରେ ହୋଇଥିବାରୁ ବର୍ଷାପାଣି ଝରି ତିଆରି କରାଯାଇଥିବା କୃତ୍ରିମ ହ୍ରଦରେ ସିଧା ପଡିବ । ଜଳ ସଂରକ୍ଷଣ ପାଇଁ ଏମିତି କାର୍ଯ୍ୟ କରାଯାଇଛି,ଗୋଟିଏ ବୁନ୍ଦା ବର୍ଷା ପାଣି ଏଠାରେ ନଷ୍ଟ ହେବ ନାହିଁ । ହ୍ରଦରେ ପାଣି ପହଞ୍ଚିବା ପୂର୍ବରୁ ଫୁରାଟ ସିଷ୍ଟମରୁ ଫିଲଟର ହୋଇଆସିବ । ଏହାକୁ ବର୍ଷସାରା ବ୍ୟବହାର କରାଯାଇପାରିବ ।