ଜଳ ସମ୍ପଦ ମନ୍ତ୍ରୀଙ୍କ ବିରୋଧରେ ବିଧାନସଭାରେ ସ୍ୱାଧୀକାର ଭଙ୍ଗ ନୋଟିସ

0

(ମୃତ୍ୟୁଞ୍ଜୟ ଭୋଇ)ରିପୋର୍ଟସଟୁଡେ: ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ବିଧାନସଭାରେ ଆସିଲା ସ୍ୱାଧୀକାର ଭଙ୍ଗ ନୋଟିସ । କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ଏହି ନୋଟିସ ଆଣିଛନ୍ତି ।
ଏପ୍ରସଙ୍ଗରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ତର୍ଜମା କରିବେ ବୋଲି କହିଛନ୍ତି । ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି । ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକରେ ଜଳ ଯୋଗାଣ ନେଇ ମନ୍ତ୍ରୀ ଭିନ୍ନ ଭିନ୍ନ ତଥ୍ୟ ବିଧାନସଭାରେ ଦେଇଛନ୍ତି । ମନ୍ତ୍ରୀ ଗୃହରେ ୩ଥର ୩ ପ୍ରକାର ଉତ୍ତର ଦେଇଛନ୍ତି । ଗତ ବର୍ଷ ନଭେମ୍ବରରେ କହିଥିଲେ ୨୭% ଜଳ ଯୋଗାଣ ହେଉଛି, ପରେ କହିଲେ ୨୬.୯୩% ହେଉଛି । ଆଉ ଏବେ କହୁଛନ୍ତି ୨୪ ପ୍ରତିଶତ ହେଉଛି । ସେ ଅଭିଯୋଗ କରିଛନ୍ତି ତୁରେଇକେଲା ବ୍ଲକରେ କୌଣସି ଜଳ ଯୋଗାଣ ହେଉନାହିଁ । କିନ୍ତୁ ମନ୍ତ୍ରୀ ଗୃହକୁ ଭୁଲ ତଥ୍ୟ ଦେଇଛନ୍ତି ।