ଜାଗେଶ୍ୱରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବାଲିହୁଡା ଗ୍ରାମରେ ମା ଜାଗେଶ୍ୱରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଅଞ୍ଚଳରୁ ୮ଟି ଦଳ ଭାଗ ନେଇଥିଲେ । ଭଲିବଲ ଖେଳାଳୀ ବିଷ୍ଠୁ ପ୍ରସାଦ ମିଶ୍ର ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଫାଇନାଲ ମ୍ୟାଚ ପୁରୀର ଶ୍ରୀକ୍ଷେତ୍ର ଭଲିବଲ କ୍ଳବ ସହିତ ନାଗପୁର ଭଲିବଲ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଶେଷରେ ପୁରୀର ଶ୍ରୀକ୍ଷେତ୍ର ଟିମ ଏ ବର୍ଷ ପାଇଁ ଚମ୍ପିୟାନ ହୋଇଥିବା ବେଳେ ନାଗପୁର ଦଳ ରନର୍ସ ଅପ ହୋଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ବିଜେପି ନେତା ଓମ ପ୍ରକାଶ ମିଶ୍ର ଯୋଗଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ଟ୍ରଫି ସହିତ ମାନପତ୍ର ପ୍ରଦାନ କରିଥିଲେ । ପ୍ରକାଶ କର, କିର୍ତ୍ତନ ବିଶ୍ବାଳ ଖେଳ ପରିଚାଳନା କରିଥିଲେ ।