ଜାଣନ୍ତୁ କେଉଁ ମନ୍ଦିରରେ ହୁଏନି ଠାକୁର ପୂଜା

0

( ଭୁବନେଶ୍ୱର/ରିପୋର୍ଟସଟୁଡେ): ଭାରତରେ କେତେକ ମନ୍ଦିରରେ ରହିଛି ନାନା ରହସ୍ୟ। ଆଧୁନିକ ବିଜ୍ଞାନ ମଧ୍ୟ ଏସବୁ ରହସ୍ୟର ସମାଧାନ କରିବାକୁ ଏପର୍ୟ୍ୟନ୍ତ ସକ୍ଷମ ହୋଇ ପାରିନାହିଁ। ଉତ୍ତରାଖଣ୍ଡ ପିଥୋରଗଡ ଜିଲାର କସବେ ଠାରୁ ୬ କିଲୋମିଟର ଦୂର ବଲିତର ଗ୍ରାମ ପଞ୍ଚାୟତରେ ରହିଛି ମହାଦେବଙ୍କ ଏକ ମନ୍ଦିର। ମନ୍ଦିରକୁ ବର୍ଷ ସାରା ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ତେବେ ଏଠାରେ ପୂଜା କରିବାକୁ ଲୋକେ ଭୟ କରନ୍ତି। ମନ୍ଦିରରେ ପୂଜା କଲେ ଅନିଷ୍ଟ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ରହିଛି ବିଶ୍ୱାସ। ମନ୍ଦିରକୁ ହାଥିୟା ଦେବାଳୟ କୁହାଯାଏ। ଗ୍ରାମର ବୟସ୍କ ଲୋକେ କୁହନ୍ତି, ଏହି ମନ୍ଦିର ନିର୍ମାଣ କରିଥିବା ବ୍ୟକ୍ତିଙ୍କର ଅନେକ ଅନିଷ୍ଟ ହୋଇଥିଲା। ସେହିପରି ପ୍ରଭୁ ମହାଦେବଙ୍କ ଶ୍ରୀଲିଙ୍ଗ ଗଢ଼ିଥିବା ଶିଳ୍ପୀଙ୍କର ହାତ ନଷ୍ଟ ହୋଇଯାଇଥିଲା। ଶିବଲିଙ୍ଗଟି ବାସ୍ତୁ ଅନୁସାରେ ଭୁଲ୍‌ ଦିଗକୁ ମୁହଁ କରିଥିବାରୁ ନାନା ଅଘଟଣ ଘଟିଥିଲା। ଏଠାରେ ପୂଜା କଲେ ଠାକୁରଙ୍କ ଆଶୀର୍ବାଦ ବଦଳରେ ଅଭିଶାପ ମିଳେ ବୋଲି ଲୋକେ କୁହନ୍ତି।