ଜାତୀୟ ଉପଭୋକ୍ତା ଦିବସ ପାଳିତ

0

( ଶେଖ୍ ଅରଶଦ୍ ଉଲ୍ ହକ୍ ) ଖୋର୍ଦ୍ଧା : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ଲବ୍ ରେଡ଼ରୋଜର ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଜାତୀୟ ଉପଭୋକ୍ତା ଦିବସ ୨୦୧୯ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟବକ୍ତା, ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ ମନୋରଂଜନ ମଲ୍ଲିକ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ରବି ବେହେରା, ଉପଭୋକ୍ତା ସହାୟିକା ସସ୍ମିତା ପଟ୍ଟନାୟକ, ସହାକାରୀ ନିୟନ୍ତକ ବୈଧମାପ ବିଜ୍ଞାନ, ସୁଶିଲ କୁମାର କଣ୍ଡୁଲୁନା ଏବଂ ରେଡ଼ରୋଜର ସମ୍ପାଦକ ସୁଧାକର ଦେବତା ପ୍ରମୁଖ ଉପସ୍ଥିତ ଥିଲେ । ଉପଭୋକ୍ତାମାନେ କିପରି ଠକାମିର ଶିକାର ହେଉଛନ୍ତି ଏବଂ ୨୦୧୯ରେ ନୂତନ ଆଇନ ପ୍ରଣୟନ କରାଯାଇଛି ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏହି ସଭାରେ ବିଭିନ୍ନ ସ୍ୱଂୟ ସହାୟିକ ଗୋଷ୍ଠୀ ଯୁବକ ସଂଘ କ୍ଲବ୍ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନେ ଯୋଗ ଦାନ କରିଥିଲେ ।