ଜାତୀୟ ସାହସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର

0

ନୂଆଦିଲ୍ଲୀ :ଆଜି ଜାତୀୟ ସାହସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଚଳିତ ବର୍ଷ ବିଭିନ୍ନ ବିଭାଗର ୧୧୩୨ ଜଣ କର୍ମଚାରୀ ଏହି ପୁରସ୍କାରରେ ସମ୍ମାନିତ ହେବେ । ତେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପୋଲିସ ଅଗ୍ନିଶମ ସେବା, ହୋମଗାର୍ଡ, ସିଭିଲ ଡିଫେନ୍ସ ଏବଂ ସୁଧାର ସେବା ବିଭାଗ ପୁରସ୍କୃତ ହେବେ ବୋଲି ପ୍ରକାଶିତ ହୋଇଛି । ସେଥିମଧ୍ୟରୁ ୨୭୭ ଜଣଙ୍କୁ ସାହସିକତା ପୁରସ୍କାର ମିଳିବା ନେଇ ଘୋଷଣା ହୋଇଥିବା ବେଳେ ଓଡିଶାର ୧୫ ଜଣ ତାଲିକାରେ ସ୍ଥାନ ପାଇଥିବା ଏମଏଚ ପକ୍ଷରୁ ସୂଚନା ମିଳିଛି । ଓଡିଶାର ଦୁଇ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଗୃହ ବିଭାଗ ସଚିବ ସନ୍ତୋଷ ବାଲାଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରଦାନ କରାଯିବା ବେଳେ କନେଷ୍ଟବଳ ସଂଯୁକ୍ତା ପଟ୍ଟନାୟକ ମଧ୍ୟ ରାଷ୍ଟ୍ରପତି ପଦକ ପାଇବେ।ସେହିପରି ଓଡିଶାର ୧୧ ପୁଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ। ତାଲିକାରେ ପୂର୍ବାଞ୍ଚଳ ଆଇଜି ସତ୍ୟବ୍ରତ ଭୋଈଙ୍କ ନାଁ ସାମିଲ ରହିଛି । ତାଲିକାରେ ୩ଜଣ ଡିଏସପି ରାଙ୍କର ଅଧିକାରୀ ସ୍ଥାନ ପାଇଥିବା କୁହାଯାଉଛି । ସାରଦା ପ୍ରସନ୍ନ ପ୍ରଧାନ, ପ୍ରଦୀପ ସାମଲ ଏବଂ ପ୍ରଶାନ୍ତ ସାହୁଙ୍କୁ ସମ୍ମାନୀତ କରାଯିବ।