(ଓମ ପ୍ରକାଶ ମିଶ୍ର / ସୋନପୁର) ; ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜ ପୁର ବ୍ଳକର ସୁବଳୟା କଲେଜରେ ଜାତୀୟ ସେବା ସଂସ୍ଥା ତରଫରୁ ସ୍ବେଚ୍ଛାସେବୀ ମାନଙ୍କର ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଭୋଳାନାଥ କର୍ମୀ ଏହି ଶିବିର ଉଦଘାଟନ କରି ସ୍ବେଚ୍ଛାସେବୀ ମାନେ ନିଜକୁ ମାନବ ସେବାରେ ନିୟୋଜିତ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ ।