ଜାନୁଆରୀ ୧୫ରୁ ‘ଏକ ରାଷ୍ଟ୍ର ଏକ ରାସନକାର୍ଡ’

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ୨୦୨୦ ଜାନୁଆରୀ ୧୫ରୁ କେନ୍ଦ୍ର ସରକାରଙ୍କ ମହତକାଂକ୍ଷୀ ଯୋଜନା ‘ଏକ ରାଷ୍ଟ୍ର ଏକ ରାସନକାର୍ଡ’ ଲାଗୁ ହୋଇଯିବ । ଏହି ଯୋଜନା ପ୍ରଥମେ ୧୨ଟି ରାଜ୍ୟ ଯଥା- ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ଗୋଆ, ମଧ୍ୟପ୍ରଦେଶ, ତ୍ରିପୁରା ଓ ଝାଡ଼ଖଣ୍ଡରେ ଲାଗୁ ହେବ ।  ୧୨ଟି ରାଜ୍ୟରେ ୩୫ ମିଲିୟନ ଲୋକ ଏକ ରାଷ୍ଟ୍ର ଏକ ରାସନକାର୍ଡ ଯୋଜନାରୁ ଉପକୃତ ହେବେ ଏବଂ ହିତାଧିକାରୀମାନେ ନିଜ କାର୍ଡ଼କୁ ଯେକୌଣସି ରାଜ୍ୟରେ ବ୍ୟବହାର କରି ଖାଦ୍ୟ ସାମଗ୍ରୀ ପାଇପାରିବେ । ଦେଶରେ ୭୯ କୋଟି ଲୋକଙ୍କ ପାଖରେ ରାସନକାର୍ଡ ରହିଛି ।
ଦିନମଜୁରିଆ ଓ ଶ୍ରମିକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ କାମ କରୁଥିବା ପାଇଁ ଏହା ବହୁତ ସୁବିଧା ହେବ ବୋଲି କେନ୍ଦ୍ର ସରକାର ଏହି ଯୋଜନାକୁ ଲାଗୁ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ନେବା ଦ୍ୱାରା ଲୋକେ ଅନେକ କ୍ଷେତ୍ରରେ ଉପକୃତ ହେବେ । ସୂଚନାଯୋଗ୍ୟ ପୂର୍ବରୁ କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରାମବିଳାଶ ପାସୱାନ କହିଥିଲେ ଯେ, ସାରା ଦେଶରେ ଏକ ରାଷ୍ଟ୍ର ଏକ ରାସନକାର୍ଡ ଯୋଜନା ୨୦୧୦ ଜୁନ ୧ରୁ ଆରମ୍ଭ ହେବ ।