ଭୁବନେଶ୍ୱର: ଆଜି ଭାରତୀୟ ଚାମ୍ବର ଅଫ କମର୍ସ ଆନୁକୂଲ୍ୟରେ ଭାରତ-ଜାପାନ ବ୍ୟବସାୟ ଫୋରମ ଏକ ଭର୍ଚ୍ୟୁଆଲ ବୈଠକରେ ଜାପାନ ସହ ଭାରତର ସର୍ବେପେରି ଓଡିଶାର ସାଂସ୍କୃତି ସମ୍ପର୍କ ଅତି ନିବିଡ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ଓଡିଆ ଆଉ ଭାରତର ସୁରକ୍ଷିତ ଗୋପନୀୟତା ହୋଇ ରହିନାହିଁ । ରାଜ୍ୟ ଶିଳ୍ପର ବିକାଶ କ୍ଷେତ୍ରରେ ଯେଉଁ ସୁଯୋଗ ସୃଷ୍ଟି କରିଛି ତାହା ଶିଳ୍ପ ସଂକ୍ରଦାୟଗୁଡିକୁ ବେଶ ଆକୃଷ୍ଟ କରିପାରିଛି ବୋଲି ତାଙ୍କ ବକ୍ତବ୍ୟରେ କହିଛନ୍ତି । ମନ୍ତ୍ରୀ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ନିମନ୍ତେ ରହିଥିବା ସୁସ୍ଥ ପରିବେଶ ସହିତ ଅତ୍ୟାଧୁନିକ ଡିଜିଟାଲ ପ୍ଲାଟଫର୍ମ ଗୋ ସ୍ୱିଫ୍ଟ ଏକକ ବାତାୟନ ଜରିଆରେ ଶିଳ୍ପ ପ୍ରତିଷ୍ଠା ଓ ସଂଚାଳନ ପାଇଁ ସହାୟକ ହୋଇପାରିବ ବୋଲି କହିଥିଲେ ।
ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ରାଜ୍ୟରେର ବିଭିନ୍ନ କ୍ଷେତ୍ରରେ ଯେଉଁସବୁ ଶିଳ୍ପ ପାର୍କର ବିକାଶ କରାଯାଇଛି ସେ ସମ୍ପର୍କରେ ଏକ ଉପସ୍ଥାପନା କରିଥିଲେ । ଏଥିସହିତ ସେ ଜାପାନକୁ ସୁହାଇବା ପରି କେତେକ ନିର୍ଦ୍ଦିଷ୍ଟ ଶିଳ୍ପ କ୍ଷେତ୍ର ଉପରେ ପ୍ରସ୍ତାବନା ଦେଇଥିଲେ । ଏହି ବୈଠକରେ ଜାପାନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀ ସଂଜୟ ବର୍ମା, ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ମି ସନ୍ତୋଷୀ ସୁଜୁକୀ ଅଂଶଗ୍ରହଣ କରିଥିଲେ ।