ଜାମ୍ମୁର ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ନିର୍ବାଚନ ଆୟୋଗ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଜାତୀୟ ଗଣମାଧ୍ୟମ ଅନୁସାରେ ଏହି କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବାକୁ ୧୪ ମାସ ସମୟ ଲାଗିବ ।

ନିର୍ବାଚନ ଆୟୋଗ ଜାମ୍ମୁ-କାଶ୍ମୀର ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାକୁ ୯ରୁ ୧୦ ପର୍ଯ୍ୟାୟରେ କରାଯିବ । ଗୃହ ମନ୍ତ୍ରାଳୟରୁ ବିଧିବଦ୍ଧ ନିର୍ଦ୍ଦେଶ ଆସିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ।

ଉତରାଖଣ୍ଡ ଓ ଉତ୍ତରପ୍ରଦେଶ ଅଲଗା ହେବା ପରେ ଯେଉଁ ଶୈଳୀରେ ସୀମାର ପୂନଃ ନିର୍ଦ୍ଧାରଣ, ଆବଂଟନ କରାଯାଇଥିଲା ସେହି ପ୍ରକାରରେ ଜାମ୍ମୁ କାଶ୍ମୀରରେ ସୀମା ନିର୍ଦ୍ଧାରଣ ହେବ । ଚାରି ଜଣ ସଦସ୍ୟଙ୍କୁ ନେଇ ଗଠିତ ଆୟୋଗ ଏହା କରିବେ । ଏହି ସଦସ୍ୟଙ୍କ ମଧ୍ୟରୁ ଜଣେ ନିର୍ବାଚନ ଆୟୋଗଙ୍କର ପ୍ରତିନିଧିତ୍ୱ କରିବେ ।