(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ଥିଙ୍କ୍ ଇଣ୍ଡିଆ ଓ ଏବିଭିପିର ମାସିକ ପାଠଚକ୍ର ଇଗ୍ନାଇଟେଡ ମାଇଣ୍ଡସ୍ ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ “ଜାମ୍ମୁ କାଶ୍ମୀର ରାଜ୍ୟ ପୁନର୍ଗଠନ ଓ ଧାରା ୩୭୦ ଉଚ୍ଛେଦ ସପୂର୍ଣ୍ଣ ସାମ୍ବିଧାନିକ ଓ ନ୍ୟାୟସଂଗତ ଉପାୟରେ କରାଯାଇଛି,” ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାନ୍ତ କାର୍ଯ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୂଳପତି ଡାକ୍ତର କୁଲଦୀପ ଚାନ୍ଦ୍ ଅଗ୍ନିହୋତ୍ରୀ କହିଛନ୍ତି । ଡାକ୍ତର ଅଗ୍ନିହୋତ୍ରୀ ଜାମ୍ମୁ କାଶ୍ମୀରର ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ଉପରେ ଏକାଧିକ ବହି ଲେଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଏବିଭିପିର ମୁଖପତ୍ର ଛାତ୍ର ସନ୍ଦେଶ ୱେବ ସାଇଟର ଲୋକାର୍ପଣ କରାଯାଇଛି । ସମ୍ବିଧାନର ଧାରା ୩ ଅନୁସାରେ ରାଜ୍ୟ ପୁନର୍ଗଠନ କରି ଲାଦାଖ ଓ ଜାମ୍ମୁ କାଶ୍ମୀରକୁ ଭିନ୍ନ ଭିନ୍ନ କେନ୍ଦ୍ର ଶାସିତ ଅଂଚଳରେ ବିଭାଜିତ କରାଗଲା । ଏହା ସପୂର୍ଣ୍ଣ ସାମ୍ବିଧାନିକ । ଜାମ୍ମୁ ଓ ଲଦାଖର ଲୋକ ଏଥିରେ ଖୁସି ଅଛନ୍ତି ।
ଏହି କାର୍ଯ୍ୟକ୍ରମରେ ଛାତ୍ର ସଂଦେଶର ସମ୍ପାଦକ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ୍ ଥିଙ୍କ୍ ଇଣ୍ଡିଆ ସଂଯୋଜକ ଓମ ପ୍ରିୟଦର୍ଶୀ ଛୋଟରାୟ, ପାଠଚକ୍ର ପ୍ରମୁଖ ବିଶ୍ୱଶ୍ରୀ ସ୍ୱାଇଁ ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା ଓ ମିଡିଆ ରିସର୍ଚର ଓ ସ୍ତମ୍ଭକାର ହୃଷିକେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ୱେବ ସାଇଟଟିକୁ ଡେଭେଲପ୍ କରିଥିବା ନେପୋଲିଅନ ମହନ୍ତଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।