(ଅନୁସ୍ୱୟା)ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅସହ୍ୟ ଶୀତ ଅନୁଭବ ହେଉଛି । ଜାଡ଼ରେ ଥରୁଛି ଓଡ଼ିଶା । ତାପମାତ୍ରା ଖସୁଥିବାରୁ ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ସକାଳେ ଓ ରାତି ସମୟରେ ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । କୋହଲା ପାଗ ସହ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଫୁଲବାଣୀରେ ତାପମାତ୍ରା ୯.୩ ଡିଗ୍ରୀକୁ ଖସି ଆସିଥିବା ବେଳେ ଅନୁଗୁଳରେ ପାରଦ ୧୦ ଡିଗ୍ରୀକୁ ଖସିଛି । ଦାରିଙ୍ଗିବାଡ଼ିରେ ତାପମାତ୍ରା ୧୩.୩ ଡିଗ୍ରୀ ରେକର୍ଡ଼ ହୋଇଛି । ଦାରିଙ୍ଗିବାଡ଼ି, କୋରାପୁଟ ଆଦି ସ୍ଥାନରେ ପ୍ରବଳ ଶୀତ ଯୋଗୁଁ ଲୋକେ ବାହାରକୁ ଯାଇପାରୁନାହାଁନ୍ତି । ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।
ଅନ୍ୟପଟେ ରାଜ୍ୟର କେତେବ ସ୍ଥାନରେ ଶୀତର ମଜା ନେବା ପାଇଁ ଲୋକମାନେ ସକାଳୁ ସକାଳୁ ପ୍ରାତଃ ଭ୍ରମଣ, ଯୋଗ ଅଭ୍ୟାସ ଓ ବ୍ୟାୟାମ କରିବା ସହ ନିଆଁ ଜାଳି ହାତ ପାପୁଲିକୁ ଗରମ କରୁଥିବା ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଲୋକେ ଜାକେଟ, ୱେଟର, ୱିଂଟର କ୍ୟାପ ପିନ୍ଧି ବାହାରକୁ ବହାରୁଥିବା ଦୃଶ୍ୟ ମଧ୍ୟ ଦେଖାଯାଇଛି ।