ମାନବିକତା ଦେଖାଇଲେ ଜିଲ୍ଲାପାଳ

0

(ରଜନୀକାନ୍ତ ପାତ୍ର/ହିଞ୍ଜିଳିକାଟୁ): ଗଂଜାମ ଜିଲ୍ଲା ଶେରଗଡ ବ୍ଲକ ମାରୁଡି ଛକରେ ଆଜି ସକାଳୁ ଏକ ମୋଟରସାଇକେଲ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ଘଟି ଜଣେ ଯୁବକ ଆହତ ହୋଇଛନ୍ତି । ତେବେ ଠିକ୍ ସେହି ସମୟରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ଶେରଗଡରୁ ଏକ କାର୍ୟ୍ୟକ୍ରମ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ନଜରକୁ ଆସିଥିଲା ।ଜିଲ୍ଲାପାଳ ନିଜର ମାନବିକତା ଦେଖାଇ ନିଜ ଗାଡିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଆହତ ବ୍ୟକ୍ତିଙ୍କୁ ହିଂଜିଳି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଯାହାକି ଏବେ ହିଞ୍ଜିଳି ଚର୍ଚ୍ଚାର ବିଷୟ ହୋଇଛି ।