(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଫ୍ରାନ୍ସରେ ହେଉଥିବା ଜି-୭ ଶିଖର ସମ୍ମିଳନୀରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହି ବୈଠକରେ କାଶ୍ମୀର ମାମଲା ମଧ୍ୟ ପ୍ରସଙ୍ଗ ହୋଇଥିଲା । କିନ୍ତୁ ମୋଦି ଗୋଟିଏ କଥା କହିଥିଲେ, କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ମାମଲା । ଏହା ଉପରେ ତୃତୀୟ ପକ୍ଷର ହସ୍ତକ୍ଷେପ ବରଦାସ୍ତ କରାଯିବ ନାହିଁ ।
ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ, ଗତ କାଲି ରାତିରେ ମୋଦିଙ୍କ ସହ କାଶ୍ମୀର ପ୍ରସଙ୍ଗରେ କଥା ହେବା ସମୟରେ ସେ ଜାଣିବାକୁ ପାଇଥିଲେ କାଶ୍ମୀରରେ ସ୍ଥିତି ଆୟତାଧୀନ ରହିଛି । ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଏହି ଅବସରରେ ଉଭୟ ଦେଶକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।