ବାଲିପାଟଣା: ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ପୋଲିସ ପୁଣି ହଟହଟା ।ରାଜସ ପଞ୍ଚାୟତ କୃଷ୍ଣପୁର ଯାତ୍ରାରେ ଜୁଆ ଖେଳ ଉପରେ ଚଢଉ ବେଳେ ନିର୍ଧୁମ ମାଡ଼ ଖାଇଛନ୍ତି ପୁଲିସର ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀ। ଲୋକଙ୍କ ସଙ୍ଘବଦ୍ଧ ଆକ୍ରମଣରେ ଭୟଭୀତ ହୋଇ ପୁଲିସ କର୍ମଚାରୀ ଗାଡି ଛାଡି ପଳାଇଥିଲେ।
ଖବର ପାଇ ବାଲିପାଟଣା ପୁଲିସ ପହଁଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଗାଡି ଗୁଡିକୁ ଉଦ୍ଧାର କରିଛି। ଘଟଣାଟି ଏହି ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଆଜି କମିସନରେଟ ପୁଲିସ ପକ୍ଷରୁ ଗାଁରେ ଚଢ଼ଉ ହେଉଛି।କମିସନରେଟ ପୁଲିସ ଘଟଣାକୁ ଗୁରୁତର ସହ ନେଇଛି। ଆଜି ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପଲ, ଜୋନ୍-୪ ଏସିପି ପରେସ କୁମାର ରାଉତ ଏବଂ ବାଲିଅନ୍ତା, ଧଉଳି, ପାହାଳ, ଏୟାର ଫିଲଡ, ଲକ୍ଷ୍ମୀସାଗର ପ୍ରଭୃତି ଥାନାର ଆଇଆଇସି ବାଲିପାଟଣା ଥାନାରେ ମିଳିତ ଚଢ଼ାଉ ଆରମ୍ଭ ହୋଇଛି। ୧୦ ରୁ ଅଧିକ ଲୋକଙ୍କୁ ପୁଲିସ ଘରୁ ଉଠାଇଛି।