(ରିପୋଟରର୍ସ ଟୁଡ଼େ/ ଭୁବନେଶ୍ବର ) : ଜୁଲାଇ ୧୩ରୁ ସବୁ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ଅନଲାଇନ୍ କ୍ଲାସ୍। ଏନେଇ ସବୁ ୟୁନିଭର୍ସିଟିର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶେଷ ବର୍ଷ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ କରିବାକୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ସଚିବ । ଏହାଛଡ଼ା ଅଗଷ୍ଟ ୩୧ ପର୍ୟ୍ୟନ୍ତ ୫୦ ପ୍ରତିଶତ କର୍ମଚାରୀରେ ଶିକ୍ଷାନୁଷ୍ଠାନ ଚଳାଇବାକୁ କୁହାଯାଇଛି । ତେବେ ଏହି ସମୟ ମଧ୍ୟରେ କ୍ଲାସ୍ ରୁମ ପାଠପଢା ପାଇଁ ଅନୁମତି ଦିଆଯାଇନାହିଁ। ସବୁ ଶିକ୍ଷାନୁଷ୍ଠାନରେ ହେଲ୍ପଲାଇନ୍ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଜାରି ହୋଇଛି । ପିଲାମାନେ ଲାଇବ୍ରେରୀରୁ ଯେପରି ବହି ନେଇ ପଢ଼ି ପାରିବେ ସେ ବ୍ୟବସ୍ଥା କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି। କରୋନା ଭାଇରସ ମହାମାରୀକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।