ଜୁଲାଇ ୩୦ରୁ ୧୫ ଦିନ ବ୍ୟାପୀ ପରୀ-୩ ଅଭିଯାନ ହେବ

0

(ସରୋଜ ରାଉତ) ଭୁବନେଶ୍ୱର: ଜୁଲାଇ ୩୦ରୁ ପରୀ-୩ ଅଭିଯାନ ଆରମ୍ଭ ହେବ। ୧୫ ଦିନ ବ୍ୟାପୀ ଏହି ଅଭିଯାନ ଚାଲିବ ବୋଲି ଶନିବାର ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିବା ଅବସରରେ ଡିଜିପି ଶର୍ମା କହିଛନ୍ତି, ସମ୍ବେଦନଶୀଳ ମାମଲା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଉଚ୍ଚ ଅଧିକାରୀଙ୍କ ସହ ବୈଠକରେ ସାଧାରଣ ଲୋକଙ୍କ ସହ ପୁଲିସର ଉତ୍ତମ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି।
କୋର୍ଟ ମାମଲା ତଦାରଖ କରିବାକୁ ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ରହିବେ। ଡିଜିବିଙ୍କ ସହ ସମୀକ୍ଷା ବୈଠକରେ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଉପସ୍ଥିତ ଥିଲେ। ବୈଠକରେ ସେଲଟର ହୋମ୍‌, ପୋସ୍କୋ ମାମଲା ଏବଂ ସମ୍ବେଦନଶୀଳ ମାମଲାର ସମୀକ୍ଷା ହୋଇଥିଲା।