ଜେଇଇ ଓ ନିଟ ପରୀକ୍ଷା ସ୍ଥଗିତ ଦାବିରେ ଆଜାଦ ପକ୍ଷରୁ ଧାରଣା

0

ଭୁବନେଶ୍ୱର: ଜାତୀୟ ସ୍ତରରେ ହେବାକୁ ଥିବା ଜେଇଇ ଓ ନିଟ ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖିବା ଦାବିରେ ଭୁବନେଶ୍ବର ଜୟଦେବ ଭବନ ସମ୍ମୁଖରେ ଆମ ଜନତା ଅଧିକାର(ଆଜାଦ) ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା । ଦେଶରେ କରୋନା ମହାମାରୀ ରୋଗ କାରଣରୁ ଲକ୍ଷ୍ୟ ଲକ୍ଷ୍ୟ ଛାତ୍ରଛାତ୍ରୀ ଓ ତାଙ୍କ ସହିତ ଆସୁଥିବା ଅଭିଭାବକମାନଙ୍କ ଜୀବନପ୍ରତି ବିପଦ ରହିଛି । ଏହାସହ ସେମାନଙ୍କର ଗମନାଗମନ ଓ ରହିବା ବ୍ୟବସ୍ଥାରେ ମଧ୍ୟ ବହୁ ସମସ୍ୟା ଦେଖା ଦେବ । ବର୍ତମାନ ଟ୍ରେନ, ବସ ଓ ଗମନା ଗମନ ର ସବୁ ବ୍ୟବସ୍ଥା ଏକ ପ୍ରକାର ଠପ । ଓଡିଶା ରେ ମାତ୍ର ୭ଟି ସହର ରେ ପରୀକ୍ଷା କେନ୍ଦ୍ର ହୋଇଛି । ୫୦୦ କି ମି ଦୂରତ୍ୱ ଯାଇ ପିଲାମାନେ ପରୀକ୍ଷା ଦେବେ । କରୋନା ପାଇଁ ରୋଜଗାର ଠିକ ନ ଥିବା ବେଳେ ଅଭିଭାବକ ମାନେ ସ୍ୱତନ୍ତ୍ର ଗାଡି ଭଡା କରି ହଜାର ହଜାର ଟଙ୍କା କୋଉଠୁ ଆଣି ଖର୍ଚ୍ଚ କରିବେ । ବହୁତ ଦୁର୍ଗମ ଅଂଚଳରୁ ମଧ୍ୟ ପରୀକ୍ଷାର୍ଥୀ ଏଥିରେ ଯୋଗଦେବା ଏକ ପ୍ରକାର ଅସମ୍ଭବ ହୋଇପଡିବ । ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ରରେ ପାଞ୍ଚ ହଜାର ପିଲା ଓ ତାଙ୍କର ଅଭିଭାବକ ଓ ଗାଡି ଡ୍ରାଇଭର ଇତ୍ୟାଦି ମିଶିଲେ ଅନ୍ୟୁନ ଦଶ ହଜାର ଲୋକ ରୁଣ୍ଡ କରି ସରକାର ଏକ ପ୍ରକାର କରୋନାକୁ ନିମନ୍ତ୍ରଣ କରି ଲକ୍ଷ ଲକ୍ଷ ମେଧାବୀ ପିଲା ଓ ଅଭିଭାବକଙ୍କୁ କରୋନା ମୁହଁକୁ ଠେଲି ଦେବା ସହ ମହାମାରୀ ସଂକ୍ରମଣ ର ପାଇଁ ବାଟ କଢାଇବାର ହୀନ ଚକ୍ରାନ୍ତ କରାଯାଉଥିବା ଅଭିଯୋଗ ହେଉଛି । ବର୍ତମାନ ଅନେକ ଅଂଚଳ ମଧ୍ୟ ବେଳେ ବେଳେ ସଟ ଡାଉନ ହେଉଛି । ଏପରିକି ବହୁ ଜିଲ୍ଲା ଏବେ ବନ୍ୟା ଜଳରେ ଆଚ୍ଛାଦିତ । ଏଣୁ ଏହି ସମୟରେ କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରାଳୟର ଏହିପରି ଅପରିପକ୍ୱ ନିଷ୍ପତ୍ତିକୁ ସଂଗଠନ ଦୃଢ଼ ବିରୋଧ କରିବା ସହ ପ୍ରଧାନମନ୍ତ୍ରଙ୍କ ହସ୍ତକ୍ଷେପ ଲୋଡିଛି । ଏହି ନିଷ୍ପତ୍ତିକୁ ବିରୋଧ କରି ଓଡିଶା ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର ତୁରନ୍ତ ଏହି ପରୀକ୍ଷା କୁ ବାତିଲ କରନ୍ତୁ କ୍ଷ ଅନ୍ୟୁନ ପ୍ରତି ଜିଲ୍ଲା ରେ ପରୀକ୍ଷା କେନ୍ଦ୍ର, ସାମାଜିକ ଦୂରତ୍ୱ ପାଇଁ ପର୍ୟାପ୍ତ ବନ୍ଦୋବସ୍ତ ସହ ପିଲାମାନଙ୍କୁ ଗମନାଗମନ ପାଇଁ ପ୍ରୋତ୍ସାହନ ରାଶି ର ପ୍ରାବଧାନ କରି ପୁନର୍ବାର ଏକ ତାରିଖ ଘୋଷଣା କରିବା ପାଇଁ ଆମ ଜନତା ଅଧିକାର ପ୍ରଧାନମନ୍ତ୍ରୀ ଙ୍କୁ ଦାବୀ ଜଣାଇ ଆଜି ସାମାଜିକ ଦୂରତ୍ୱ ଅବଲମ୍ବନ କରି ନିରବ ଧାରଣା ର ଆୟୋଜନ କରିଥିଲା କ୍ଷଆଜିର ଏହି ଧାରଣାରେ ସଂଗଠନର ରାଜ୍ୟ ଆବାହକ ମନୋଜ ଜେନା , ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ, ସଂଯୋଜକ ଭକ୍ତି ରଞ୍ଜନ ପଲାଇ, ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ରମେଶ ମହାନ୍ତି, ମୁଖପାତ୍ର ପ୍ରସନ୍ନ ବିଶୋଇ, ଦେବୁ ନାୟକ, ନିରୁପମା ରଥ, ରମେଶ ଭାରତୀ, ଅଶୋକ ପାଇକରାୟ, ଶଙ୍କର୍ଷଣ ସାମନ୍ତରାୟ, ପ୍ରଣତି ସ୍ୱାଇଁ, ସ୍ମୃତିରେଖା ନାୟକ, ଜୀବନ ସାହୁ, ବିକାଶ ସାହୁ, ରତିକାନ୍ତ ବିଶ୍ୱାଳ, ରୋଜାଲିନ ପ୍ରଧାନ, ଗଣେଶ ରାଓ, ମାମାଲି ମହାନ୍ତି, ବର୍ଷା ମହାନ୍ତି ଆଦି ଯୋଗ ଦେଇଥିଲେ ।