( ଆଦର୍ଶ ରାଉତ): ପାର୍ସଲ ବୋମା ବିସ୍ଫୋରଣ ର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପୁଣି ନୂଆ ଷଡଯନ୍ତ୍ର ସାମନାକୁ ଆସିଛି । ପାଟଣାଗଡ ଜେଲରୁ ଖସି ଯିବାକୁ ଉଦ୍ୟମ କରିଛି ପୁଞ୍ଜିଲାଲ । ୬ ଡକାୟତଙ୍କ ସହ ଜେଲରୁ ଖସିଯିବାକୁ ଉଦ୍ୟମ କରି ବିଫଳ ହୋଇଛି ସେ । ଆଜି ସକାଳେ ଜେଲରୁ ଖସିଯିବାକୁ ଗେଟ ପାଖକୁ ପଳାଇଥିଲେ ପୁଞ୍ଜିଲାଲ ଓ ୬ ଡକାୟତ । ଏହା ପରେ ଜେଲ ୱାର୍ଡରଙ୍କ ସହ ଏମାନଙ୍କ ଧସ୍ତାଧସ୍ତି ହୋଇଥିଲା । ଫଳରେ ଜେଲରେ ୧୫ରୁ ୨୦ ମିନିଟ ସାଇରନ ବାଜିଥିଲା । ପୁଞ୍ଜିଲାଲ ବାରମ୍ବାର ଜେଲରେ ଏଭଳି ଷଡଯନ୍ତ୍ର କରୁଥିବା ଜେଲ ୱାଡର କହିଛନ୍ତି ।