ଥିରୁଅନନ୍ତ ପୁରମ: କେରଳର ପୂଜାପୋରା କେନ୍ଦ୍ରୀୟ ଜେଲରେ ମହାମାରୀ କରୋନା ଆତଙ୍କ । ଜେଲର ୨୬୨ କଏଦୀଙ୍କ ଠାରେ କରୋନା ଚିହ୍ନଟ ହୋଇଛି, ଯ।।ହା ଏବେ ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି । କିଛି ଦିନ ତଳେ ଜେଲରେ ରହୁଥିବା ୯୩୬ ଜଣ କଏଦୀଙ୍କ ଆଣ୍ଟିଜେନ ଟେଷ୍ଟ ହୋଇଥିଲା ।ା ଏହି ସମୟରେ ୨୬୨ଜଣ କରୋନାରେ ଆକ୍ରନ୍ତ ହୋଇଥିବା ଜଣାପଡିଛି ।
ଏହା ଜଣାପଡିବା ପରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଏକ ଡାକ୍ତରୀ ଦଳ ନିୟୋଜିତ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ସଂକ୍ରମିତଙ୍କୁ ଜେଲର ସ୍ୱତନ୍ତ୍ର ସେଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସମସ୍ତ କଏଦୀ ସୁସ୍ଥ ଥିବା ଜଣାପଡିଛି । ସେହିପରି କନ୍ନୁରର କେନ୍ଦ୍ରୀୟ ଜେଲରେ ୧୦ ଜଣ କଏଦୀ ସଂକ୍ରମିତ ହୋଇଛନ୍ତି ।