ଜୈଶ୍‌-ଏ-ମହମ୍ମଦର ସହଯୋଗୀ ଗିରଫ

0

ଶ୍ରୀନଗର: ଆଜି ଜମ୍ମୁ ଓ କଶ୍ମୀର ନିକଟସ୍ଥ ଅବନ୍ତିପୋରା ଅଞ୍ଚଳରୁ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦର ଜଣେ ସହଯୋଗୀକୁ ଗିରଫ କରାଯାଇଛି।

ଗିରଫ ବ୍ୟକ୍ତିଜଣକ ହେଉଛି ରସିକ୍‌ ମକ୍‌ବୁଲ୍‌। ନିରାପତ୍ତା ବାହିନୀଙ୍କ ଅନୁସାରେ, ରସିକ୍‌ ତ୍ରାଲା ଅଞ୍ଚଳରେ ଏହି ଆତଙ୍କବାଦୀ ସଙ୍ଗଠନର ସମସ୍ତ ପରିବହନ କାର୍ଯ୍ୟ ତୁଲାଇବା ସହ ଅନ୍ୟାନ୍ୟ ସହଯୋଗ କରୁଥିଲା।

ସୈଦାବାଦ ପାସ୍ତୁନ ଗାଁରେ ଅତର୍କିତ ଚଢ଼ାଉ ବେଳେ ରସିକ୍‌କୁ ଗିରଫ କରାଯାଇଥିବା ଜଣାପଡିଛି ।

ତା’ ନିକଟରୁ ଅପରାଧିକ କାର୍ଯ୍ୟରେ ବ୍ୟବହୃତ କେତେକ ସାମଗ୍ରୀ ଉଦ୍ଧାର କରାଯାଇଛି । ଏହାକୁ ଭିତ୍ତିକରି ଆଇନର ବିଭିନ୍ନ ଧାରା ଅନୁସାରେ ତା’ ନାମରେ ତ୍ରାଲ୍‌ ଥାନାରେ ମାମଲା ରୁଜୁ କରାଯାଇଛି।