(ରିପୋର୍ଟସ ଟୁଡ଼େ/ ଶୁଭସ୍ମିତା ଦାଶ ) : ବର୍ତମାନ ଚାଲିଛି ବର୍ଷା ଋୁତୁ । ତୁହାକୁ ତୁହା ବର୍ଷାରେ ମଧ୍ୟ କାମପାଇଁ ବାହାରକୁ ଯିବାକୁତ ହେବ । ହେଲେ ଜୋତାରେ ବର୍ଷା ପାଣି ଲାଗି ଜୋତା ଏକ ପ୍ରକାର ଖରାପ ହୋଇଯାଇଥାଏ । ଜୋତା ଉପରେ ହଳଦିଆ ରଙ୍ଗର ଆସ୍ତରଣ ପଡ଼ିଥାଏ । ଯାହାକୁ ଛଡ଼ାଇବା କଷ୍ଟକର ହୋଇଥାଏ । ତେଣୁ କିଭଳି ଜୋତାରୁ ସେହି ହଳଦିଆ ରଙ୍ଗକୁ ଅତି ସହଜରେ ଛଡ଼ାଇ ହେବ ଆସନ୍ତୁ ଜାଣିବା ।
ପ୍ରଥମେ ଜୋତାକୁ ସଫା କରି ଦିଅନ୍ତୁ ଏବଂ ଶୁଖାଇ ଦିଅନ୍ତୁ । ଏହାପରେ ଜୋତା ଉପରେ ଧଳା ଟିସୁକୁ ଓଦା କରି ଭଲ ଭାବରେ କଭର କରି ଦିଅନ୍ତୁ ଏବଂ ଏହା ଉପରେ ଶୁଖିଲା ଟିସୁ ପେପର କଭର କରି ୨୪ ଘଣ୍ଟା ପାଇଁ ରଖି ଦିଅନ୍ତୁ । ଏହା ପରଦିନ ଦେଖିବେ ଜୋତାରେ ହଳଦିଆ ରଙ୍ଗ ଛାଡ଼ି ଯାଇଥିବ ।
ଏହା ବ୍ୟତୀତ ଅନ୍ୟ ଏକ ଉପାୟ ମଧ୍ୟ କରିପାରିବେ । ହଳଦିଆ ହୋଇ ଯାଇଥିବା ସ୍ଥାନରେ ଟୁଥ୍ପେଷ୍ଟ ଲଗାଇ ଭଲ ଭାବରେ ପୋଛି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଜୋତାର ହଳଦିଆ ରଙ୍ଗ ଛାଡ଼ିଯିବ ।