ଜ୍ୟାକ୍ ଗ୍ରହଣ କଲେ ଟାଇଗରଙ୍କ ରିଲେସନସିପ୍ କୁ

0

 (ରିପୋଟରର୍ସ ଟୁଡ଼େ /ମୁମ୍ବାଇ): ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍ ଓ ଅଭିନେତ୍ରୀ ଦିଶା ପଟାନି ଉଭୟ କିଛି ଦିନ ହେବ ଗଣମାଧ୍ୟମରେ ଚଚ୍ଚିତ ଚେହେରା ପାଲଟିଯାଇଚନ୍ତି । ଉଭୟଙ୍କୁ ବିଭିନ୍ନ ପାର୍ଟି ଉତ୍ସବରେ ବି ଏକତ୍ର ଦେଖିବାକୁ ମିଳୁଛି। ଏହି ଦୁଇ ଯୋଡ଼ିଙ୍କ ପ୍ରେମ ସଂପର୍କକୁ ନେଇ ସବୁଜ ସଂକେତ ଦେଇଛନ୍ତି ଟାଇଗର୍ଙ୍କ ବାପା ଜ୍ୟାକି ଶ୍ରଫ୍ । ଜ୍ୟାକ କହିଛନ୍ତି କି ‘ମୁଁ ଟାଇଗରର ରିଲେସନସିପ୍ ଭିତରେ ପଶେ ନାହିଁ। ମୁଁ ବହୁତ ଖୁସି ଯେ ୨୫ ବର୍ଷ ପରେ ମୋ ପୁଅକୁ ତା’ର ପ୍ରେମିକା ମିଳିଲା । ଟାଇଗର୍ ଜୀବନର ମାନେ ବୁଝେ । ସମାଜରେ କିପରି ନିଜ ଇଜ୍ଜତ ବଜାୟ ରଖିବାକୁ ହୁଏ ତାହା ବି ସେ ଜାଣେ । ଭଦ୍ରତାର ସୀମା ଭିତରେ କିପରି ରହିବାକୁ ହୁଏ ତାହା ଟାଇଗର୍କୁ ଜଣା। ମୋର ଚିନ୍ତା କରିବାର କୌଣସି କାରଣ ନାହିଁ।’