ଜୟନ୍ତୀଲାଲ ହତ୍ୟାର ପର୍ଦ୍ଦାଫାସ୍

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୋଲିସ ଗୁଜୁରାଟର ପୂର୍ବତନ ବିଧାୟକ ଜୟନ୍ତୀଲାଲଙ୍କ ହତ୍ୟାକାଣ୍ଡର ଦୁଇ ସପ୍ତାହ ପରେ ଏହା ଉପରୁ ପରଦା ଉଠାଇଛି । ଏହି ହତ୍ୟାର ପଛରେ ବାହାରର କେହି ନୁହଁନ୍ତି, ନିଜ ଦଳର ହାତ ରହିଛି । ସେ ହେଲେ ବିଜେପି ନେତା ଛବିଲ ପଟେଲ୍‌। ସୁପାରି ଦେଇ ଜୟନ୍ତୀଙ୍କର ହତ୍ୟା କରାଯାଇଥିଲା। ପୁଲିସ ଏହି ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ଦୁହେଁ ହେଲେ ଛବିଲ ପଟେଲ ଓ ମନୀଷା ଗୋସ୍ୱାମୀ।
ପୋଲିସ ଅନୁଯାୟୀ, ମନୀଷା ଗୋସ୍ୱାମୀ ପୁନେର ସୁପାରି କିଲର୍‌ ଶଶୀକାନ୍ତ କାମ୍ବଲେ ଓ ଶେଖ୍‌ ଅନଓ୍ଵାରକୁ ହତ୍ୟାର ସୁପାରି ଦେଇଥିଲେ। ତା’ପରେ ଏ ଦୁହେଁ ଜୟନ୍ତୀଲାଲଙ୍କୁ ଟ୍ରେନ୍‌ରେ ତିନି ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳି ମାରିବା ପରେ ଦୁଇ ସୁପାରି କିଲର୍‌ ଟ୍ରେନର ଚେନ ଟାଣି ଅଧା ରାସ୍ତାରେ ଓହ୍ଲାଇ ଯାଇଥିଲେ।
ଏଠାରେ ସୂଚନା ଯୋଗ୍ୟ, ମନୀଷା ଗୋସ୍ୱାମୀ ଜୟନ୍ତୀଲାଲଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଥିଲା। ପରେ ମନୀଷା ଜୟନ୍ତୀଲାଲଙ୍କଠାରୁ ଟଙ୍କା ନେଇ ଗୁଜୁରାଟ ଉଚ୍ଚ ନ୍ୟାୟାଳୟରୁ ମକଦ୍ଦମା ପ୍ରତ୍ୟାହାର କରିଥିଲା।