ଝାଡ଼ଖଣ୍ଡବାସୀଙ୍କୁ ଧନ୍ୟବାଦ ଜଣାଇଲେ ହେମନ୍ତ

0

(ଅନୁସ୍ୱୟା)ଭୁବନେଶ୍ୱର: ଝାଡ଼ଖଣ୍ଡରେ ବାଜି ମାରିଛି ଜେଏମଏମ ଓ କଂଗ୍ରେସ ମେଣ୍ଟ । ସରକାର ଗଢ଼ିବେ ହେମନ୍ତ ସୋରେନ।ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ୮୧ଟି ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଏହାପରେ ଝାଡ଼ଖଣ୍ଡ ନିର୍ବାଚନକୁ ନେଇ ହେମନ୍ତ ସୋରେନ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଝାରଖଣ୍ଡବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ହେମନ୍ତ ସୋରେନ । ଆଜିର ଦିନ ସଙ୍କଳ୍ପ ନେବାର ସମୟ ବୋଲି ସେ କହିଛନ୍ତି । ଆମ ରାଜ୍ୟ ପାଇଁ ଉତ୍ସାହର ଦିନ ବୋଲି ସେ କହିଛନ୍ତି । ନିର୍ବାଚନର ଝାଡ଼ଖଣ୍ଡବାସୀ ସ୍ପଷ୍ଟ ଜନାଦେଶ ଦେଇଛନ୍ତି । ଲାଲୁ ଯାଦବ ଓ ସୋନିଆଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ହେମନ୍ତ । ନିର୍ବାଚନର ବିଜୟ ଏକ ମାଇଲସ୍ତମ୍ଭ ହେବ ବୋଲି ସେ କହିଛନ୍ତି ।