(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଲାଞ୍ଜିଗଡ ପାହାଡପଦର ପଞ୍ଚାୟତର ବୋରପଦର ଗ୍ରାମରେ ଶୁକ୍ରବାର ଜଣେ ନାବାଳକର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ନାବାଳକ ହେଲେ ଲବ ମାଝୀ
ସୁଚନା ଅନୁଯାୟୀ ବୋରପଦର ଗ୍ରାମର ଲବ ମାଝୀ ଗତ ରବିବାର ଦିନ ଘରୁ ବାହରକୁ ଯାଇ ଆଉ ଫେରିନଥିଲା। ସନ୍ଧ୍ୟା ପରେ ପରିବାର ଲୋକ ବ୍ୟସ୍ତ ହୋଇ ବନ୍ଧୁ ବାନ୍ଧବ ଓ ବିଭିନ୍ନ ଗାଁକୁ ଯାଇ ଖୋଜାଖୋଜି ପରେ ମଧ୍ୟ ଲବର କିଛି ସନ୍ଧାନ ମିଳିନଥିଲା। ପରିବାର ଲୋକେ ଅତ୍ୟନ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଦୀର୍ଘ ୫ଦିନ ପରେ ଆଜି ସକାଳୁ ଗାଁ ନିକଟରେ ଥିବା ଏକ ଜଙ୍ଗଲର ଗଛରେ ଲବ ମାଝୀର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଲବର ମୁଣ୍ଡ ଫାଟି ଯାଇଥିବା ବେଳେ ଦେହସାରା ରକ୍ତ ଜମାଟ ବାନ୍ଧି ଯାଇଥିଲା। ଏନେଇ ଉକ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କେହି ଦୁର୍ବୃତ୍ତ ଲବକୁ ହତ୍ୟା କରି ଝୁଲାଇ ଦେଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବିଜେପୁର ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ। ତେବେ ଏଭଳି ଘଟଣା କିପରି ଘଟିଲା ତାହା ଚିନ୍ତାର ବିଷୟ ପାଲଟିଥିବା ବେଳେ ତଦନ୍ତ ପରେ ଏହାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।