(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜି ବିଶ୍ୱକପ କ୍ରିକେଟର ଏକ କମ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ େଓ୍ଵଷ୍ଟ ଇଣ୍ଡିଜ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ଇଣ୍ଡିଜ ଅଧିନାୟକ ଜାସନ ହୋଲଡର ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଉଭୟ ଦଳ ବିଶ୍ୱକପର ସେମିଫାଇନାଲ ଦୌଡରୁ ବାଦ ପଡିଥିଲେ ମଧ୍ୟ ଏକ ବିଜୟ ସହ ଘରକୁ ବାହୁଡିବାକୁ ଚାହିଁବେ । ବିଶେଷକରି ଭେଟେରାନ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ପାଇଁ ଏହା ଶେଷ ବିଶ୍ୱକପ ହୋଇଥିବାରୁ ତାଙ୍କୁ ସମ୍ମାନର ସହ ବିଦାୟ ଜଣାଇବାକୁ ବିଜୟ ପାଇଁ ଖେଳିବ େଓ୍ଵଷ୍ଟଇଣ୍ଡିଜ । ଗେଲ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ଭାରତ ବିପକ୍ଷ ସିରିଜ ପରେ ଅବସର ନେବାକୁ ଘୋଷଣା କରିଛନ୍ତି ।
ଇଣ୍ଡିଜ ଦଳ ଚଳିତ ବିଶ୍ୱକପରେ ଏପର୍ୟ୍ୟନ୍ତ ୮ଟି ମ୍ୟାଚ ଖେଳି ମାତ୍ର ୧ଟି ବିଜୟ ସହ ୩ ପଏଣ୍ଟ ପାଇଥିବାବେଳେ ଆଫଗାନିସ୍ତାନ ଦଳ କୌଣସି ମ୍ୟାଚ ଜିତିପାରି ନାହିଁ ।