ଟିକେଟ ବଣ୍ଟନରେ ଅନୀୟମିତତା

0

( ବଲାଙ୍ଗୀର /ମଧୂସୁଦନ ବହିଦାର): ବହୁତ କଲ୍ପନା ଜଳ୍ପନା ପରେ ବଲାଙ୍ଗୀର ସଦର ବିଜେପି ବିଧାୟକ ପ୍ରାଥି ତାଲିକା ପ୍ରକାଶ ପାଇଛି। ବିଧାୟକ ଭାବେ ଏଥର ଯୁବ ନେତା ଅନନ୍ତ ଦାସଙ୍କୁ ଲଢ଼ିବା ପାଇଁ ଟିକେଟ ଦେବା ପରେ ଆଜି ଦୁଇ ଦୁଇ ଥର ଟିକେଟ ପାଇ ବିଜେପିରୁ ଲଢ଼ିଥିବା ଡ଼ ବାସୁଦେବ ପତି ଓ ତାଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିଛନ୍ତି।ଦୁଇ ଦିନ ଆଗରୁ ପାର୍ଟି ମୋର ଉପରେ ଆଶା ରଖି ନିର୍ବାଚନ ଲଢ଼ିବ ବୋଲି ସୂଚନା ଦେଇଥିଲା କିନ୍ତୁ ଅଚାନକ ଆଜି ପାର୍ଟି ଅନନ୍ତ ଦାସ ଙ୍କୁ ଦେବା କର୍ମୀମାନେ ସନ୍ଦେହ ଘେରକୁ ନେଇ ଯାଉଛି ବୋଲି କହିଛନ୍ତି।ଆଜି ସହ ସହ କର୍ମୀ ରାଜରାସ୍ତା କୁ ଓହ୍ଲାଇ କହିଛନ୍ତି ଯେ ଟଙ୍କା କାରବାର କରି ଅନନ୍ତ ଦାସ ଙ୍କୁ ଟିକଟ ଦେଇଛନ୍ତି ଓ ବାସୁଦେବ ପତି ଙ୍କୁ ବାଦ ଦେଇଛନ୍ତି।ଏଥି ପାଇଁ ରାଜ ରାସ୍ତା ଅବରୋଧ କରିଥିଲେ ଓ ବାସୁଦେବ ପତି ଙ୍କୁ ଟିକଟ ଦିଆଯାଉ ବୋଲି ଧରଣ।ଦେଇଥିଲେ।ଏଠି ପ୍ରଶ୍ନ ବାଚିକ ସୃଷ୍ଟି ହୁଏଯେ ବଲାଙ୍ଗୀର ଜିଲ୍ଲା ରେ କାହିଁକି ବିଜେପି ଟିକେଟ ଏମିତି କରା ଗଲା ଏଠି ହାତଗୁଞ୍ଜକ୍ଷ ଦେଇ ଟିକେଟ ଦିଆଯାଇଛି ବୋଲି ଅଭିଯୋଗ ହୁଏ।ବଲାଙ୍ଗୀର ରୁ ମଧୂସୁଦନ ବହିଦାରଙ୍କ ରିପୋର୍ଟ।