ଟେଷ୍ଟ ପାଖାପାଖି ସମାନ ହେଲେ ବି ଉପାଦାନ ସମ୍ପୂର୍ଣ୍ଣ ଭିନ୍ନ

0

ମାର୍କେଟରେ ମିଳୁଛି ନକଲି କଫି । ତେନ୍ତୁଳି, ଖଜୁରୀ ମଞ୍ଜି ସହ ପୋଡା ଚିନି ଓ ଷ୍ଟାର୍ଚ୍ଚ ଭଳି ହାନିକାରକ ଦ୍ରବ୍ୟ ମିଶାଯାଇ ପ୍ରସ୍ତୁତ ହେଉଛି ନକଲି କଫି । ଏହି ନକଲି କଫି ଶରୀର ପାଇଁ ଅଧିକ କ୍ଷତିକାରକ ହୋଇପାରେ । ଫୁଡ ଆଣ୍ଡ ହେଲ୍ଥ ଏକ୍ସପର୍ଟସଙ୍କ କହିବା ମୁତାବକ, ଭେଜାଲ କଫି ଅସଲି କଫି ପରି ପୋଷଣ ଦେବ ନାହିଁ । ଏଥିରେ ମିଶା ଯାଉଥିବା ନକଲି ଉପାଦାନ ଗୁଡିକ ବିଭିନ୍ନ ଧରଣର ଶାରିରୀକ ସମସ୍ୟା ସୃଷ୍ଠି କରିପାରେ । ଅଜାଣତରେ ନକଲି କଫି ପିଉଥିଲେ ପେଟ ଖରାପ ହୋଇପାରେ । ହଜମ ଶକ୍ତି ଉପରେ କୁପ୍ରଭାବ ପଡିପାରେ । ଏପରିକି ଲିଭର ଓ କିଡନି ମଧ୍ୟ ପ୍ରଭାବିତ ହୋଇପାରେ ।
ହେଲେ କଫି ଅସଲି କି ନକଲି ଚିହ୍ନିବେ କିପରି ?
ବଜାରରେ ମିଳୁଥିବା କଫିକୁ ଘରେ ମଧ୍ୟ ପରୀକ୍ଷଣ କରାଯାଇପାରିବ । ଏକ କାଚ ପାଣି ଗ୍ଲାସରେ ଗୋଟେ ଚାମଚ କଫି ପାଉଡର ପକାନ୍ତୁ । କଫି ପାଉଡର ଉପରେ ଭାସିଲେ ଜାଣିବେ ତାହା ଅସଲି । ଯଦି ପାଉଡର ଶୀଘ୍ର ପାଣିରେ ବୁଡି ଯାଉଛି ଏବଂ ପାଣିରେ ରଙ୍ଗ ମିଶୁଛି । ତେବେ ତାହା ନକଲି କଫି ।