ଟ୍ରମ୍ପଙ୍କ ଶପଥ ମସ୍କଙ୍କ ଖୁସି

0

ଗତକାଲି ଆମେରିକାର ନୂଆ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇଛନ୍ତି । ଯାହାପରେ ଏବେ ହ୍ବାଇଟ୍‌ ହାଉସ୍ କୁ ମିଳିଛି ନୂଆ ମାଲିକ । ଏବେ ଆମେରିକାବାସୀଙ୍କ ଭାର ସମ୍ଭାଳିବେ ଟ୍ରମ୍ପ । ଭବ୍ୟ ସମାରୋହରେ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇ ସାରିଛନ୍ତି ଡୋନାଲ୍ଡ  ଟ୍ରମ୍ପ ।

ଶପଥ ସମାରୋହରେ  ସାମିଲ  ହୋଇଥିଲେ ବିଶ୍ୱର ଅନେକ ନେତା । କିନ୍ତୁ ଏହି ସମୟରେ ସମସ୍ତଙ୍କ ନଜର ଥିଲା ଏନଲ ମସ୍କଙ୍କ ପାଖରେ । ଯେଉଁଠି ଟ୍ରମ୍ପଙ୍କ ଶପଥ ସାମରୋହରେ  ବେଶ୍‌ ଖୁସି ଥିବାର  ନଜର ଆସିଥିଲେ  ଟ୍ରମ୍ପଙ୍କ ବନ୍ଧୁ  ଏଲନ ମସ୍କ ।

ପୁରା ଜୋଶ୍‌ ର ସହ ଷ୍ଟେଜ୍‌ ଉପରେ ଛାତି ବାଡେଇ  ହାତ ହଲାଇ  ଖୁସିରେ ନାଚି ଉଠିଥିଲେ  ଏଲନ ମସ୍କ ।  ଡୋନାଲ୍ଡଙ୍କ  ଶପଥ ଉତ୍ସବରେ ମସ୍କଙ୍କ ଏପରି ଅନ୍ଦାଜ ଉପସ୍ଥିତ ଥିବା ସେଠାରେ  ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା । ଆଉ ସମସ୍ତଙ୍କ ନଜର ମସ୍କଙ୍କ ଉପରେ ଅଟକି ହିଁ ଥିଲା ।ଏଥିସହିତ ଭାଷଣରେ ମସ୍କ କହିଥିଲେ ଆମେରିକାବାସୀଙ୍କ ଭବିଷ୍ୟତ ଖୁବ୍‌ ରୋମାଞ୍ଚକର ହେବାକୁ ଯାଉଛି ।