ଟ୍ରାଫିକ କନେଷ୍ଟବଳ ସମ୍ମାନିତ

0

(ଆଦର୍ଶ ରାଉତ) ଭୁବନେଶ୍ୱର: କଟକର ଟ୍ରାଫିକ କନେଷ୍ଟବଳ ଉମେଶ ଚନ୍ଦ୍ର ପରିଡାଙ୍କୁ କମିଶନରେଟ ପୋଲିସ ପକ୍ଷରୁ ସମ୍ମାନିତ କରାଯାଇଛି । ନିଜ ଦାୟିତ୍ୱ ସମ୍ପନ୍ନ କରିବା ସହ ପରିଡା ଜଣେ ସୁନାଗରିକର କର୍ତ୍ତବ୍ୟ କରିଥିବାରୁ ଏହି ସମ୍ମାନ ଦିଆଯାଇଛି । ଗତ ୨୧ ତାରିଖରେ ବିନୟ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣା ପରେ ପରିଡା ତାଙ୍କୁ ରାସ୍ତାରୁ ଉଠାଇ ହସ୍ପିଟାଲ ନେବା ସହ ଏକ ୟୁନିଟ ରକ୍ତ ଦାନ କରିଥିଲେ । ତାଙ୍କ ଏହି କାର୍ଯ୍ୟପାଇଁ ତାଙ୍କୁ ସମ୍ମାନିତ କରାଯାଇଛି ।