(ତାରାକାନ୍ତ ନାୟକ / ସାଲେପୁର): କଟକ ଜିଲ୍ଲା ସାଲେପୁର ସହର ଭିତରେ ପ୍ରତ୍ୟେକ ଦିନ ଶହସ୍ରାଧିକ ଛୋଟ ବଡ ଗାଡି ଚଳାଚଳ କରୁଛି।ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଦୋକାନକୁ ଆସୁଥିବା ଲୋକ ଗାଡିକୁ ଦୋକାନ ଆଗରେ ରଖିବାରୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଉପୁଜୁଛି। ଟ୍ରାଫିକ ଜାମ ଯୋଗୁଁ ଜରୁରୀ କାଳୀନ ଗାଡ଼ିଗୁଡିକ ଟ୍ରାଫିକରେ ଫସି ରହୁଛନ୍ତି। ଏଥିପାଇଁ ସାଲେପୁର ବଜାର ଅତିକ୍ରମ କରିବା ପାଇଁ ୨୫ ରୁ ୩୦ ମିନିଟ ଲଗୁଛି। ଏଥିସହ ବଜାର ଦୁଇ କଡରେ ଉଠା ଦୋକାନୀ ବସିବାରୁ ଗାଡି ଯିବା ଆସିବା କରିବା ପାଇଁ ବହୁତ ଅସୁବିଧା ହେଉଛି। ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ପୋଲିସ ପକ୍ଷରୁ ସାଲେପୁର-କୁଆଁପାଳ ଛକରେ ଟ୍ରାଫିକ ପୋଲିସ ନିୟୋଜିତ ହୋଇଥିଲେ ମଧ୍ୟ ଏହି ଟ୍ରାଫିକ ସମସ୍ୟା ସୁଧୁରୀ ପାରୁ ନାହିଁ।ପୋଲିସ ପକ୍ଷରୁ ରାସ୍ତା ଜାମ କରୁଥିବା ଗାଡିକୁ ହଟାଇଲେ ଏହି ସମସ୍ୟାର ସମାଧାନ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ କରିଛନ୍ତି।