(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପିପିଲି ସ୍ଥିତ ପଟ୍ଟନାୟକିଆ ଛକରେ ଟ୍ରିପଲ୍ ମର୍ଡର ଘଟଣାରେ ପୁଲିସ ଆଉ ୨ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ମିଟୁ ଓ ପୁନିଆ ବେହେରା। ଉଭୟଙ୍କୁ ପୁଲିସ ପିପିଲି ନିକଟ ଏକ ଜଙ୍ଗଲରୁ ଗିରଫ କରିଥିବା ନେଇ ପୁରୀରେ ଆୟୋଜିତ ପ୍ରେସ୍ମିଟରେ ଏସ୍ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ପୁଲିସ ପୂର୍ବରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ତେବେ ଏହି ହତ୍ୟାକାଣ୍ଡରେ ଆଉ ୫ଜଣ ସମ୍ପୃକ୍ତ ଅଛନ୍ତି ଯେଉଁମାନେ କି ଏଯାବତ୍ ଫେରାର ଅଛନ୍ତି। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ୩ ଜଣ ଅଭିଯୁକ୍ତ ରାଜ୍ୟ ବାହାରୁ ଗିରଫ ହୋଇଥିଲେ।