କୋଲକାତା: କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି କାଳରେ କୋର୍ଟ ଏହି ମାମଲାକୁ ସିବିଆଇକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାମଲା ସହ ଜଡିତ ସମସ୍ତ ସିସିଟିଭି ଫୁଟେଜ, ସବୁ ବୟାନ କାଲି ୧୦ଟା ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରାଯାଉା
ଶୁଣାଣି କାଳରେ ଓକିଲ ବିଲ୍ୱଦଳ ଭଟ୍ଟାଚାର୍ଯ୍ୟ କହିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କ ତରଫରୁ କୁହାଯାଇଥିଲା କି, ମାମଲାକୁ ସିବିଆଇକୁ ଦେବାରେ ତାଙ୍କର କୌଣସି ଆପତ୍ତି ନାହିଁ । କିନ୍ତୁ ବିଧାନସଭାର ବିଶେଷ ଅଧିବେଶନ ସମାପ୍ତ ପରେ ଆମେ କେଶକୁ ହସ୍ତାନ୍ତର କରିଦେବୁ । ତେବେ ଏତେ ଡେରି ତଦନ୍ତକୁ ପ୍ରଭାବିତ କରିପାରେ । ଏହି ସମୟ ମଧ୍ୟରେ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ରହିଛି । ଓକିଲ ଆହୁରି କୋର୍ଟଙ୍କ ସମ୍ମୁଖରେ କହିଥିଲେ କି, ରକ୍ତ ରଞ୍ଜିତ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ହେବା ପରେ ମଧ୍ୟ ପୋଲିସ ହତ୍ୟା ମାମଲା ଦାୟର କରିବାରେ ଅବହେଳା କରୁଛି ଓ ବହୁ ସମୟ ମଧ୍ୟ ନେଉଛି ।
ଏହାରି ମଧ୍ୟରେ ମହିଳା ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ ହୋଇ ସାରିଛି । ମୃତ୍ୟୁ ପୂର୍ବରୁ ଦୁଷ୍କର୍ମର ପୃଷ୍ଟି ହୋଇଛି । ଏଥିସହ ପୀଡିତାଙ୍କ ଗଳା ଚାପି ହତ୍ୟା କରାଯାଇଛି । ଦୁଇଥର ଗଳା ଚାପିବା ପରେ ଭୋର ୩-୫ ମଧ୍ୟରେ ତାଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଚି ।