ଡଙ୍ଗା ବୁଡ଼ି ଜଣେ ମୃତ

0

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): କାମ ସାରି ଘରକୁ ଫେରୁଥିବା ବେଳେ ଡଙ୍ଗା ବୁଡି ମହିଳା ମୃତ । ସ୍ୱାଭିମାନ ଅଞ୍ଚଳ ମାଲକାନଗିରି ଜିଲ୍ଲାରୁ ଆସିଛି ଏଭଳି ଦୁଃଖଦ ଖବର । ଅନେକ ଖୋଜା ଖୋଜି ପରେ ମୃତଦେହକୁ ଠାବ କଲା ଓଡ୍ରାଫ ଟିମ । ମୃତକ ହେଲେ ପାପଲୁର ଥାନା କୁର୍ମାନୁର ଗ୍ରାମର ଲାଚିମାମ ପଲାସି । ସେ ଜମିରେ ସୁଆଁ ଚାଷ ଅମଳ କରି ଡଙ୍ଗାରେ ଘରକୁ ଫେରୁଥିବା ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପରିବାର ଲୋକେ ଓଡ୍ରାଫ ଟିମକୁ ଯୋଗାଯୋଗ କରିଥିଲେ । ଓଡ୍ରାଫ ଟିମ ଓ ଚିତ୍ରକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନେକ ଖୋଜା ଖୋଜି କରିବା ପରେ ମୃତଦେହ ଠାବ କରିଛନ୍ତି । ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।