ଡାକଘରେ ଥିବା ୯,୩୯୫ କୋଟିର ନାହାନ୍ତି କେହି ଦାବିଦାର

0

ଋିପୋର୍ଟରସ୍ ଟୁଡେ: ଦେଶର ବିଭନ୍ନ ଡାକଘର ଜମା ଖାତାରେ ୯,୩୯୫ କୋଟି ଟଙ୍କା ପଡ଼ି ରହିଥିଲେ ମଧ୍ୟ ଏସବୁର କେହି ଦାବିଦାର ନଥିବା ସୂଚନା ମିଳିଛି । ସର୍ବାଧିକ ୨,୪୨୯କୋଟି ଟଙ୍କା କିସାନ୍‌ ବିକାଶ ପତ୍ରରେ ପଡ଼ି ରହିଥିବା ବେଳେ ମାସିକ ଆୟ ସ୍କିମ୍‌ରେ ୨,୦୫୬କୋଟି ଟଙ୍କା, ଏନ୍‌ଏସ୍‌ସିରେ ୧,୮୮୮ କୋଟି ଟଙ୍କା ରହିଛି।
ସବୁଠାରୁ ବଡ଼ କଥା ହେଉଛି, ଡାକଘରେ ଥିବା ୯,୩୯୫ କୋଟି ଟଙ୍କା ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗ, ଦିଲ୍ଲୀ,ପଞ୍ଜାବ ଓ ଉତ୍ତର ପ୍ରଦେଶର ଡାକଘରେ ଜମା ରହିଛି। ଏହା ପୂର୍ବରୁ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଖାତରେ ବିପୁଳ ପରିମାଣର ଅର୍ଥର କେହି ଦାବିଦାର ନଥିବା କଥା ସାମ୍ନାକୁ ଆସିଥିଲା।
ସରକାରଙ୍କ ଆକଳନ ମୁତାବକ, ୨୦୧୮ ୩୧ ମାର୍ଚ୍ଚ ସୁଦ୍ଧା ବିଭିନ୍ନ କ୍ଷେତ୍ରରେ ଥିବା ୧୫, ୧୬୬.୪୭ କୋଟି ଟଙ୍କାର କେହି ଦାବିଦାର ନଥିଲେ। ଏମିତି କମ୍ପାନୀ ଜୀବନ ବିମା ନିଗମ ଶୀର୍ଷରେ ରହିଛି। ଏହି କମ୍ପାନୀ ପାଖରେ ପାଖାପାଖି ୧୦, ୫୦୯କୋଟି ଟଙ୍କା ଅଛି। ଏହି ଟଙ୍କାର କେହି ହେଲେ ଦାବିଦାର ନାହାନ୍ତି। ସେହିପରି ଘରୋଇ କମ୍ପାନୀ ପାଖର ୪,୬୫୭.୪୫ କୋଟି ଟଙ୍କା ପଡ଼ି ରହିଥିବା ଜଣାଯାଇଛି ।